ETV Bharat / state

କାଜୁ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

author img

By

Published : Mar 16, 2021, 9:23 AM IST

ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁକି କାଜୁ ଜଙ୍ଗଲରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ନିଆଁ ଲାଗିବାରୁ ଏକର ଏକର କାଜୁ ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି। ଅଧିକ ପଢନ୍ତୁ...

କାଜୁ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ
କାଜୁ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପୁରୀ: ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁକି କାଜୁ ଜଙ୍ଗଲରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ନିଆଁ ଲାଗିବାରୁ ଏକର ଏକର କାଜୁ ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି। ସାରା ରାଜ୍ୟରେ ଜଙ୍ଗଲରେ ନିଆଁର ବିଭିଷିକା ଚାଲିଥିବା ବେଳେ ଏହାର ସୁଯୋଗ ନେଇ କାଜୁ ଜଙ୍ଗଲରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ ।

କାଜୁ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବର୍ଷ ବର୍ଷ ଧରି ପ୍ରାୟ 30 ପରିବାର ଏହି କାଜୁ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ବେଳେ କୌଣସି ଦୁର୍ବୃତ୍ତ ଆକ୍ରୋଶ ମନୋଭାବ ରଖି ନିଆଁ ଲଗାଇ ଦେଇଥିବାର ଆଶଙ୍କା କରିଛନ୍ତି ଜଙ୍ଗଲ ଦାୟିତ୍ଵରେ ଥିବା ଲୋକେ । ରବିବାର ରାତିରେ ଜଙ୍ଗଲରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ସୋମବାର ମଧ୍ୟ କେତେକ ସ୍ଥାନରେ ନିଆଁ କୁହୁଳୁ ଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି କାମ କରିଥିବା ଦୁର୍ବୃତ୍ତକୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ସରପଞ୍ଚ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.