ETV Bharat / state

ଦୀପାବଳିରେ ଅଘଟଣ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଅଗ୍ନିକାଣ୍ଡ

author img

By

Published : Oct 24, 2022, 10:10 PM IST

Updated : Oct 24, 2022, 10:56 PM IST

ଦୀପାବଳିରେ ପୁରୀ ସୁଆଣ୍ଡୋ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଦୀପାବଳିରେ ଅଘଟଣ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଅଗ୍ନିକାଣ୍ଡ
ଦୀପାବଳିରେ ଅଘଟଣ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଅଗ୍ନିକାଣ୍ଡ

ପୁରୀ: ଆଲୋକର ପର୍ବ ଦୀପାବଳିରେ ଘଟିଛି ଅଘଟଣ । ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

ଅଗ୍ନିକାଣ୍ଡ ବାଣ ଫୁଟିବା ଯୋଗୁଁ କି ସର୍ଟ ସର୍କିଟରୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି । ଷଠି ଘରର ରକ୍ଷାଣବେକ୍ଷଣ ଲାଗି ସରକାର ଏଠାରେ ଏକ ପ୍ରୋଜକ୍ଟ ଆରମ୍ଭ କରିଛନ୍ତି । ଏହା ଏକ ଐତିହାସିକ ସ୍ଥାନ ହୋଇଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ବ ବହନ କରେ । ଏଣୁ ସରକାର ଏହାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକ ସଚେତନ ହେବା ଆବଶ୍ୟକ ।

ଏହା ବି ପଢନ୍ତୁ- ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ତେବେ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷିତ ସମ୍ପର୍କରେ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । ଏହି ଅଘଟଣରେ ଐତିହାସିକ ସ୍ଥଳର କଣ କ୍ଷୟକ୍ଷତି ହୋଇଛି ଏବଂ ଭବିଷ୍ୟତରେ ଏପରି ଅଘଟଣକୁ ରୋକିବା ଦିଗରେ ସରକାର ଅଧିକ ଯତ୍ନବାନ ହେବା ଆବଶ୍ୟକ ହୋଇପଡ଼ିଛି ।

ଇଟିଭି ଭାରତ, ପୁରୀ

Last Updated : Oct 24, 2022, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.