ETV Bharat / state

ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ଘଟଣା, ହେତୁବାଦୀ ସମାଜ ବିରୋଧରେ ଏତଲା - ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା ଓ ଅପମାନିତ

ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମର ନୀତି ନିୟମକୁ କୁଠାର ଘାତ କରିଥିଲାବା ହେତୁବାଦୀ ସମାଜ । ଏନେଇ ହେତୁବାଦୀ ସମାଜ ବିରୋଧରେ ଥାନାରେ ଏତଲା ରୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ

ସୂର୍ଯ୍ୟପରାଗକୁ ନେଇ କୁଠାର ଘାତ କରିଥିବା ହେତୁବାଦୀ ସମାଜ ବିରୋଧରେ ଏତଲା

author img

By

Published : Oct 26, 2022, 11:05 PM IST

ପୁରୀ : ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମର ନୀତି ନିୟମକୁ କୁଠାର ଘାତ କରିଥିଲା ହେତୁବାଦୀ ସମାଜ ବୋଲି ଅଭିଯୋଗ ହୋଇଛି । ଏନେଇ ହେତୁବାଦୀ ସମାଜ ବିରୋଧରେ ଥାନାରେ ଏତଲା ରୁଜୁ କରାଯାଇଛି। ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି ।

ସୂର୍ଯ୍ୟପରାଗକୁ ନେଇ କୁଠାର ଘାତ କରିଥିବା ହେତୁବାଦୀ ସମାଜ ବିରୋଧରେ ଏତଲା

ଗତକାଲି(ମଙ୍ଗଳବାର)ସୂର୍ଯ୍ୟପରାଗ ସମୟରେ ହେତୁବାଦୀ ସମାଜ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିଲା। ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ହୋଇଥିବା କୁହାଯାଇଛି । ସୂର୍ଯ୍ୟପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧ ବିଶ୍ୱାସ ଏବଂ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ହେତୁବାଦୀ ସଙ୍ଗଠନ କହିଥିଲା।

ସେହିପରି ଚିକେନ ବିରିୟାନି ପରାଗ ସମୟରେ ନିଜେ କର୍ମକର୍ତ୍ତା ଖାଇବା ସହ ଅନ୍ୟ ଲୋକଙ୍କୁ ବାଣ୍ଟି ଥିଲେ (Hetubadi Samaja)। ହିନ୍ଦୁ ଧର୍ମକୁ ନେଇ କୋଟିକୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁବାଦୀ ସଙ୍ଗଠନ ଯେଭଳି ଏହାକୁ ଅପମାନ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ।

ଏହା ମଧ୍ୟ ପଢ଼ନ୍ତୁ.ସୂର୍ଯ୍ୟପରାଗ: ହେତୁବାଦୀ ସଙ୍ଗଠନ ପକ୍ଷରୁ ସାମୁହିକ ଭୋଜନ କାର୍ଯ୍ୟକ୍ରମ

କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ କୁଠାର ଘାତ ଓ ମର୍ମାହତ କରିଛି। ତେଣୁ ତୁରନ୍ତ ପୋଲିସ ହେତୁବାଦୀ ସମାଜ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ। ଏନେଇ ଓଡ଼ିଶା ବ୍ରାହ୍ମଣ ସଭା ଦକ୍ଷିଣ ଦ୍ଵାର ଅଧ୍ୟକ୍ଷ ଆଚାର୍ଯ୍ୟ ରତିକାନ୍ତ ଦାସ କହିଛନ୍ତି, ''ଗତକାଲି (ମଙ୍ଗଳବାର) ସୂର୍ଯ୍ୟ ପରାଗ ଥିଲା। ସମ୍ପୂର୍ଣ୍ଣ ଭାରତ ବର୍ଷରେ ହାଣଡିଛାଡ଼ ବା ପାକ ନିଷେଧ ଥିଲା । ହେଲେ ହେତୁବାଦୀ ସମାଜ ନାଁରେ କିଛି ହେତୁବାଦୀ ଚିକେନ ବିରିୟାନୀ ଖାଇଲେ । ତେବେ ଆମର କାହା ଖାଇବା ଉପରେ କିଛି କହିବାର ନାହିଁ। ଯେପରିକି ବୃଦ୍ଧ, ବୃଦ୍ଧା, ରୋଗୀ, ବୟସ୍କା ଲୋକ ଖାଇଲେ କିଛି କହିବାର ନାହିଁ। କିନ୍ତୁ ହେତୁବାଦୀ ଖାଇକି ବ୍ରାହ୍ମଣମାନେ ଋଢି଼ବାଦୀ ଏବଂ ଅନ୍ଧ ପରମ୍ପରା ବିଶ୍ବାସୀ, ଲମ୍ଫଟ,ଠକ ବୋଲୁ ଯେଉଁଭଳି ଭାବେ ବ୍ରାହ୍ମଣ ସମାଜକୁ ନିନ୍ଦା ଏବଂ ସର୍ବ ସମ୍ମୁଖରେ ଗଣାମଧ୍ୟମ ସମ୍ମୁଖରେ ଅପମାନ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଆମେ ମାନେ ସେହି ହିସାବରେ ଏତଲା କରିଛୁ ହେତୁବାଦୀ ସାମଜର ସଭାପତି ପ୍ରତାପ ରଥଙ୍କୁ ତୁରନ୍ତ ଗୁରଫ କରାଯାଉ ।''

ଏହାମଧ୍ୟ ପଢ଼ନ୍ତୁ. ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

ସୂଚନାନୁସାରେ ଗତକାଲି(ମଙ୍ଗଳବାର)ସୂର୍ଯ୍ୟପରାଗ ଥିଲା। ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି । ହେଲେ ଏହାକୁ ଅନ୍ଧ ବିଶ୍ବାସ ମାନିନଥିଲେ ହେତୁବାଦୀ । ଫଳରେ ପରାଗ ସମୟରେ ଡାଲମା ଭାତ ଖାଇଛନ୍ତି ହେତୁବାଦୀ । ସେମାନଙ୍କ ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ । ଏହାକୁ ବଦଳାଇବା ଦରକାର। କାରଣ ସୂ୍ର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା। ଏହା ଦ୍ବାରା କୌଣସି କୁ ପ୍ରଭାବ ପଡ଼େ ନାହିଁ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.