ETV Bharat / state

ପାଖେଇ ଆସୁଛି ଘୋଷ ଯାତ୍ରା, ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

author img

By

Published : Apr 12, 2023, 9:26 PM IST

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ। ଅଧିକା ପଢନ୍ତୁ

fifth phase of rath wood
fifth phase of rath wood
fifth phase of rath wood

ପୁରୀ: ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡ ରୁ ୨୫ଟି ୪୦ ଫୁଟିଆ କାଠ ଟ୍ରକରେ ଆସି ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ୨୦୬ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ସେହିପରି ପଞ୍ଚମ ପର୍ଯ୍ୟାୟରେ ଆସିଥିବା କାଠ ମଧ୍ୟରୁ ୨୦ଟି ୪୦ ଫୁଟିଆ ଧଉରା କାଠ ହୋଇଥିବା ବେଳେ ଆଉ ୫ଟି ଫାଶୀ କାଠ ରହିଛି ।

ତେବେ ଏହି ସବୁ କାଠରେ ରଥର ଅଖ , ଦଣ୍ଡା ଓ ଗୟଳ ଆଦି ନିର୍ମାଣ କରାଯିବ। ରଥ କାଠ ବଡଦାଣ୍ଡରେ ପହଞ୍ଚିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଥିଲା। ରଥକାଠକୁ ଭକ୍ତ ମାନେ ମୁଣ୍ଡିଆ ମାରି ପ୍ରଣାମ କରିଥିଲେ। ସେହିପରି ଚଳିତ ବର୍ଷ ରଥ ଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହେବା ନେଇ ଭକ୍ତ ମାନେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଛନ୍ତି।ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ଅଛି।

ଏହା ମଧ୍ୟ ପଢନ୍ତୁ- କଲେଜର ଗୁମର ଖୋଲିଲା LFA ରିପୋର୍ଟ, କର୍ମଚାରୀଙ୍କ ଉପରେ ବକେୟା ସାଢ଼େ ୩ କୋଟିରୁ ଅଧିକା

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବର ପ୍ରତିଷ୍ଠା ଦିବସ: ଅତିଥି ତାଲିକାରେ ଭୁବନେଶ୍ବର ସାଂସଦଙ୍କ ନାଁ ନାହିଁ

ସେହିପରି ବିଧି ଓ ପରମ୍ପରା ଅନୁଯାୟୀ ଗତ ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟ ଅନୁକୂଳ ହୋଇଥିବା ବେଳେ କଟକ ଖାପୂରିଆ ସରକାରୀ କରତ କଳରେ ରଥ କାଠ ଚିରଟ ଅନୁକୂଳ ହୋଇ ଥିଲା। ପରମ୍ପରା ଅନୁଯାୟୀ ପବିତ୍ର ରାମ ନବମୀରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁରୀରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ କଟକ ଯାଇଥିଲା। ସେଥିରେ ଭୋଇ ସେବକ, ରଥ ଅମିନ, ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରୀ ରହିଥିଲେ। ଶ୍ରୀ ମନ୍ଦିରରୁ ମହାପ୍ରଭୁଙ୍କ ମହାପ୍ରସାଦ, ମାଳ, ଫୁଲ, ବିଭିନ୍ନ ପୂଜାର୍ଚ୍ଚନା ସାମଗ୍ରୀ ଧରି ଏହି ଟିମ୍ ଗସ୍ତ କରିଥାଏ। ଏହି ପୂଜା ସାମଗ୍ରୀକୁ ନିଆଯାଇ ଖପୂରିଆ କରତ କଳରେ ପୂଜାର୍ଚ୍ଚନା ସହ କୀର୍ତ୍ତନ ଅନୁଷ୍ଠିତ ହୋଇ ଥାଏ। ପରେ ପ୍ରଥମେ 3 ଖଣ୍ଡ 12 ଫୁଟିଆ ଧଉରା କାଠ ଚିରଟ ହୋଇ ଥାଏ। ରଥ ଚକର ଅର ପାଇଁ ଏହି କାଠ ବ୍ୟବହାର ହୋଇଥାଏ। ଏହି ଭଳି ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଚିରଟ ହୋଇଥାଏ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.