ETV Bharat / state

ଦାଦାବଟି ମାଗି ବନ୍ଧାହେଲେ ବାପପୁଅ

ଦାଦାବଟି ମାଗିବା ବାପପୁଅଙ୍କୁ ପଡିଲା ମହଙ୍ଗା । ପୁରୀ ବଳିଆପଣ୍ଡା ଥାନା ପୋଲିସ ବାପପୁଅକୁ ଗିରଫ କରିଛି। ଉଭୟ ବାପପୁଅ ହେଲେ ଗୌଡ଼ବାଡ ସାହିର ଜମ୍ବେଶ୍ବର ସ୍ବାଇଁ ଓ ତାଙ୍କ ପୁଅ ସୁରେଶ ସ୍ବାଇଁ ବୋଲି ଜଣାପଡିଛି।

ଦାଦାବଟି ମାଗିବା ବାପପୁଅଙ୍କୁ ପଡିଲା ମହଙ୍ଗା
ଦାଦାବଟି ମାଗିବା ବାପପୁଅଙ୍କୁ ପଡିଲା ମହଙ୍ଗା
author img

By

Published : Feb 24, 2021, 8:44 PM IST

ପୁରୀ: ଦାଦାବଟି ମାଗିବା ଓ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁରୀ ବଳିଆପଣ୍ଡା ଥାନା ପୋଲିସ ବାପପୁଅକୁ ଗିରଫ କରିଛି। ଉଭୟ ବାପପୁଅ ହେଲେ ଗୌଡ଼ବାଡ ସାହିର ଜମ୍ବେଶ୍ବର ସ୍ବାଇଁ ଓ ତାଙ୍କ ପୁଅ ସୁରେଶ ସ୍ବାଇଁ ବୋଲି ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଗତ 13 ତାରିଖ ସ୍ଥାନୀୟ ଅଞ୍ଚଳର ସରୋଜ କୁମାର ଦାଶ ସ୍ବର୍ଗଦ୍ବାର ସ୍ଥିତ ତାଙ୍କ ଦୋକାନକୁ ଯାଉଥିଲେ। ଏହି ସମୟରେ ଜମ୍ବେଶ୍ବର ସରୋଜକୁ ରାସ୍ତାରେ ଅଟକାଇ 20 ହଜାର ଟଙ୍କା ଦାଦାବଟି ମାଗିଥିଲା। ନଦେଲେ ଦୋକାନ ରଖାଇ ଦେବୁନାହିଁ ବୋଲି ଧମକ ଦେଇଥିଲା ।

ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜମ୍ବେଶ୍ବର ତାଙ୍କ ପୁଅ ସୁରେଶ ଉଭୟ ମିଶି ସରୋଜକୁ ଡାକି ନେଇ ଲୁହା ରଡ଼ରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ କ୍ଷତାକ୍ତ ସରୋଜକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.