ETV Bharat / state

ଫନି ଫଣାରେ ଚିତ୍ରଶୂନ୍ୟ ରଘୁରାଜପୁର - craft village

ଫନି ମାଡରେ କାହାକୁ ନିସ୍ତାର ମିଳିନି । ଅଣଚାଷ ପବନ ମାଡରେ ବଡବଡ ଗଛ ଭୂମିରେ ଲୋଟି ପଡିଥିବା ବେଳେ ବତୁରି ଯାଇଛି ପଟ୍ଟ ଚିତ୍ର କାରିଗରଙ୍କ ପରିଶ୍ରମ । ଆଉ ଏବେ ଖାଁ ଖାଁ ଲାଗୁଛି ଚିତ୍ରଶିଳ୍ପୀ ଗ୍ରାମ ରଘୁରାଜପୁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 15, 2019, 11:57 PM IST

Updated : May 16, 2019, 7:36 PM IST

ପୁରୀ: ଫନିର କରାଳ ରୂପରେ ବିପର୍ଯ୍ୟସ୍ତ ହୋଇଯାଇଛି ପର୍ଯ୍ୟଟନସ୍ଥଳ ପୁରୀ । ଶ୍ରୀକ୍ଷେତ୍ର ଶ୍ରୀହିନ ଲାଗୁଥିବା ବେଳେ ଚିତ୍ରଶୂନ୍ୟ ହୋଇଯାଇଛି ଶିଳ୍ପୀ ଗ୍ରାମ । ବାତ୍ୟାରେ ବତୁରି ଯାଇଛି ରଘୁରାଜପୁର ଗ୍ରାମର ପଟ୍ଟ ଚିତ୍ର କାରିଗରଙ୍କ ପରିଶ୍ରମ । ବର୍ଷା ଓ ପବନ ମାଡରେ ବହୁମୂଲ୍ୟ ସୂକ୍ଷ୍ମ ପଟ୍ଟଚିତ୍ର ସହ ତାଳପତ୍ର ନଷ୍ଟଭ୍ରଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶିଳ୍ପୀ ଗ୍ରାମର ପ୍ରବେଶ ପଥ ଦେଖି ଲାଗୁଥିଲା ଆଗକୁ ବୋଧେ ଆଉ କିଛି ନଥିବ, ହେଲେ ବାସ୍ତବତା ଆଶଙ୍କାଠୁ ବଡ ଦାରୂଣ । ବାତ୍ୟା ଫନି ମାଡରେ ଉତ୍କଳୀୟ ଐତିହ୍ୟ କଳା ଚାତୁରୀର ଚଳନ୍ତି ଦର୍ପଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ରାକ୍ଷସ ରୂପି ପ୍ରଳୟଙ୍କାରୀ ବାତ୍ୟା ଫନି ଫଣାରେ ଚିତ୍ରଶୂନ୍ୟ ପାଲଟିଛି ପଟ୍ଟ ଚିତ୍ର ଗାଁ । କାରିଗରଙ୍କ ବର୍ଷ ବର୍ଷର ପରିଶ୍ରମ ବତୁରି ଯାଇଛି । ଦୋହଲି ଯାଇଛି ସେମାନଙ୍କ ଭାଗ୍ୟ ଭବିଷ୍ୟତ । ଶ୍ରୀ ଜଗନ୍ନାଥ ଲୀଳାମ୍ବୃତ ଏବଂ ପାରମ୍ପରିକ କଥାବସ୍ତୁକୁ ରଙ୍ଗ ତୂଳୀରେ ଜୀବନ୍ତ ରୂପ ଦେଉଥିବା କରିଗର, ଏବେ ବେଉସା ଚିନ୍ତାରେ । ସେପଟେ ବାତ୍ୟା ଯୋଗଁ କଞ୍ଚାମାଲ ଅଭାବ ମଧ୍ୟ କାରିଗରଙ୍କ ଦୁଃଖକୁ ଦ୍ବିଗୁଣତ କରୁଛି ।

ପୁରୀ ନିକଟ ଚନ୍ଦନପୁରଠୁ ମାତ୍ର 1 କିମି ଗଲେ ପଡେ ରଘୁରାଜପୁର । ଏଠି ଅହରହ କଥା କହେ କାରିଗରଙ୍କ ରଙ୍ଗତୂଳୀ । ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପାଇଁ ବିଶ୍ବରେ ଏହି ଗ୍ରାମର ପରିଚୟ ସ୍ବତନ୍ତ୍ର । ଗାଁର 140 ପରିବାରଙ୍କ ଗୁଜୁରାଣ ମେଣ୍ଟିଥାଏ ଏହି କଳାକୃତି । ଶିଳ୍ପୀଙ୍କ କାରିଗରୀର ଗୋଟିଏ ଝଲକ ପାଇଁ ବର୍ଷ ତମାମ ଏହି ଗ୍ରାମକୁ ଲାଗିଥାଏ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ । ହେଲେ ଫୋନି ବାତ୍ୟା କ୍ରାଫ୍ଟ ଭିଲେଜକୁ ତଳି ତଳନ୍ତ କରିଦେଇଛି । ଯାହାକୁ ନେଇ ପଟଚିତ୍ର କାରିଗର ଓ ବ୍ୟବସାୟୀ ଚିନ୍ତାରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 16, 2019, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.