ETV Bharat / state

ବାଟବଣା ଫନି ସହାୟତା, ଝାଡୁ ଧରି ପ୍ରତିବାଦ କଲେ କ୍ଷତିଗ୍ରସ୍ତ - ଫନି ସହାୟତା ଅନିୟମିତତା

ବ୍ରହ୍ମଗିରି ଅଞ୍ଚଳରେ ଆଜି ବି ଫନି ସହାୟତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ବ୍ଲକ ପ୍ରଶାସନର ଦୁର୍ନୀତି ବିରୁଦ୍ଧରେ ଝାଡୁ ଧରି କଲେ ଆନ୍ଦୋଳନ । ଅଧିକ ପଢନ୍ତୁ...

ବାଟବଣା ଫନି ସହାୟତା, ଝାଡୁ ଧରି ପ୍ରତିବାଦ କଲେ କ୍ଷତିଗ୍ରସ୍ତ

author img

By

Published : Aug 18, 2021, 4:34 PM IST

ବ୍ରହ୍ମଗିରି: ୨୦୧୯ରେ ଫନି ଝଡର ମାଡରେ ଛାରଖାର ହୋଇଯାଇଥିଲା ଉପକୂଳ ଓଡିଶା । ବିଶେଷଭାବେ ପୁରୀର ବ୍ରହ୍ମଗିରି ବ୍ଲକ ଅଞ୍ଚଳରେ ତାଣ୍ଡବ ରଚିଥିଲା ଫନି । ଅନେକଙ୍କ ମୁଣ୍ଡରୁ ଛାତ ଉଡି ଯାଇଥିବାବେଳେ ଆଉ କେତେକ ଲୋକଙ୍କ ରୋଜଗାର ଛଡାଇ ନେଇଥିଲା । ଯାହାର ଭରଣା କରିବାକୁ ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ । ହେଲେ ବ୍ରହ୍ମଗିରି ବ୍ଲକରେ ଏହି ସରକାରୀ ଟଙ୍କା ବାଟବଣା ହୋଇଥିବା ଅଭିଯୋଗ ଆସିଛି । ଯାହାକୁ ବିରୋଧ କରି ଫନି କ୍ଷତିଗ୍ରସ୍ତ ସଂଗ୍ରାମ ସମିତି ପକ୍ଷରୁ ଶତାଧିକ କ୍ଷତିଗ୍ରସ୍ତ ହାତରେ ଝାଡୁ ଧରି ଗଣ ଆନ୍ଦୋଳନ କରିଛନ୍ତି ।

ବାଟବଣା ଫନି ସହାୟତା, ଝାଡୁ ଧରି ପ୍ରତିବାଦ କଲେ କ୍ଷତିଗ୍ରସ୍ତ

ଆନ୍ଦୋଳନକାରୀଙ୍କ କହିବା କଥା, ଅଞ୍ଚଳରେ ଯେଉଁମାନଙ୍କ ପକ୍କା ଘର ସେମାନଙ୍କୁ ଫନି ସହାୟତା ରାଶି ମିଳିଛି । ହେଲେ ପ୍ରକୃତ ହିତାଧିକାରୀ ଆଜି ବି ସହାୟତାରୁ ବଞ୍ଚିତ । ଆରଆଇ ଲାଞ୍ଚ ନେଇ ଫନି କ୍ଷତିଗ୍ରସ୍ତ ଚୟନ ଏବଂ ସହାୟତା ଟଙ୍କା ବଣ୍ଟନରେ ବ୍ୟାପକ ଦୁର୍ନୀତି କରିଛନ୍ତି । ଯାହାକୁ ପ୍ରତିବାଦ କରି ଶତାଧିକ ଫନି କ୍ଷତିଗ୍ରସ୍ତ ଝାଡୁ ଧରି ବିକ୍ଷୋଭ କରିବା ସହ ୫ ଦଫା ଦାବି ନେଇ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.