ETV Bharat / state

ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଉତ୍ସବମୁଖର ଶ୍ରୀମନ୍ଦିର ସମେତ ବିଭିନ୍ନ ମଠ

author img

By ETV Bharat Odisha Team

Published : Aug 27, 2023, 7:27 AM IST

ଗତକାଲି(ଶନିବାର) ଠାରୁ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ସାତ ଦିନ ଧରି ଚାଲିବ ଏହି ଯାତ୍ରା । ଅଧିକ ପଢନ୍ତୁ

jhulana yatra
jhulana yatra
jhulana yatra

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ଗତକାଲି(ଶନିବାର) ଠାରୁ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଶ୍ରାବଣ ଶୁକ୍ଳ ଦଶମୀରୁ ପ୍ରତିପଦା ଯାଏଁ ଏହି ଝୁଲଣ ଯାତ୍ରା ଚାଲିବ । ଏହି ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ତେବେ ଗୋପୀମାନଙ୍କ ଗହଣରେ ଶ୍ରୀ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ ହେଉଛି ଝୁଲଣ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ସହ ବିଭିନ୍ନ ମଠ, ମନ୍ଦିରରେ ବ୍ୟାପକ ଆୟୋଜନ ହୋଇଛି ।

ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ ଭାବେ ସଜା ଯାଇଛି । ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର, ବାଙ୍କ ଝାଲର ଲଗାଯାଇଛି । ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳୁଛନ୍ତି । ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ଝୁଲଣ କୁଞ୍ଜ ମଧ୍ୟରେ ଜରି ଜମ୍ୱୁରା କାମ କରାଯାଇଛି । ଏଥିସହ ସୋଲରେ ପ୍ରସ୍ତୁତ ଫୁଲ ଓ କଦମ୍ୱ ମାଳ କୁଞ୍ଜର ଶୋଭାକୁ ଆହୁରି ବଢ଼ାଇଛି । ସୋଲରେ ପ୍ରସ୍ତୁତ ବିଭିନ୍ନ ପକ୍ଷୀ କୁଞ୍ଜ ପରିବେଶକୁ ଅଧିକ ଆକର୍ଷଣୀୟ କରିଛି ।

ସେହିପରି ଶ୍ରୀମନ୍ଦିରରେ ଶ୍ରୀଜିଉ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଝୁଲଣ ମହୋତ୍ସବ ଠାକୁରଙ୍କ ଏହା ବର୍ଷାକାଳୀନ ରାହାସ ଉତ୍ସବ । ଏହି ଉତ୍ସବ ଅବସରରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହୋଇଥାଆନ୍ତି ଦେବା ଦେବୀ ।‌ କୁଞ୍ଜକାନନର ପଶୁପକ୍ଷୀଙ୍କ କଲରବ ମଧ୍ୟରେ ଠାକୁର ଝୁଲୁଥାଆନ୍ତି ।‌ ଝୁଲଣ ଯାତ୍ରା ପାଇଁ ମଠ ବାଡ଼ିମାନଙ୍କରେ ପ୍ରସ୍ତୁତି ବ୍ୟାପକ କରାଯାଇଛି । ତେବେ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜସଜ୍ଜା ତିଆରି ହୋଇଛି । ପାରମ୍ପରିକ କାରିଗର ମାନଙ୍କ ସାଜ ସଜ୍ଜାରେ ଝଲସୁଛି କୁଞ୍ଜ ।‌

ଏହା ମଧ୍ୟ ପଡନ୍ତୁ- ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

କୁଞ୍ଜରେ ଶୁଆ ସାରି, ବଣି ପାରା, ଗୁଣ୍ଡୁଚି ମୂଷା, ଗାଇ, ମାଙ୍କଡ଼ ଆଦି ମୂର୍ତ୍ତି ଖଞ୍ଜାଯାଇଛି । ଉତ୍ତର ପାର୍ଶ୍ଵ ମଠ, ରାଧାବଲ୍ଲଭ ମଠ, ଜଗନ୍ନାଥ ବଲ୍ଲଭ ମଠ, ବଡ଼ ଓଡ଼ିଆ ମଠ, ଜିଅର ସ୍ୱାମୀ ମଠ ସମେତ ପୁରୀର ବିଭିନ୍ନ ମଠ ମନ୍ଦିରରେ ଏହି ଝୁଲଣ ଯାତ୍ରା ପାଳନ ମହା ଆଡମ୍ବରରେ ପାଳନ ହେଉଛି । ସାତ ଦିନ ବ୍ୟାପି ଶ୍ରୀକ୍ଷେତ୍ରରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଭକ୍ତ ଓ ସହରବାସୀ ଏହି ଝୁଲଣ ଯାତ୍ରାକୁ ଦେଖିବା ସହ ଝୁଲଣ କୁଞ୍ଜରେ ଠାକୁରଙ୍କ ଦର୍ଶନ ପାଇଁ ବେଶ୍ ଆନନ୍ଦିତ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.