ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ପଢନ୍ତୁ 'ବାଇଶି ପାହାଚ' ମାହାତ୍ମ୍ୟ

ବାଇଶି ପାହାଚର ମାହାତ୍ମ୍ୟ ଓ ପବିତ୍ରତା ଅତି ଗୁରୁତ୍ବପୂର୍ଣ୍ଣ । ଏହି ବାଇଶି ପାହାଚ ମର୍ତ୍ତ୍ୟ ବୈକୁଣ୍ଠ, ଶ୍ରୀମନ୍ଦିରର ପ୍ରବେଶ ମାର୍ଗ  ।  ଜାଣନ୍ତୁ ଏହାର କଥା ଓ ମହିମା ।

author img

By

Published : Jul 9, 2019, 9:29 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଶ୍ବ ସଂସ୍କୃତିରେ ଜଗନ୍ନାଥ ସଂସ୍କୃତି ଇତିହାସ ପରମ୍ପରା ସ୍ବତନ୍ତ୍ର ଓ ନିଆରା । ଶ୍ରୀଜଗନ୍ନାଥଙ୍କର ରୂପ ଯେମିତି ଅଦ୍ଭୁତ ଓ ରହସ୍ୟମୟ ସେହିପରି ତାଙ୍କ ବାସସ୍ଥାନର ପ୍ରତିଟି ସୂକ୍ଷ୍ମରୁ ସୂକ୍ଷ୍ମତର ସ୍ଥାନ ଗୁପ୍ତରହସ୍ୟ ଓ ତତ୍ତ୍ବର ମହାସମୁଦ୍ର । ତନ୍ମଧ୍ୟରୁ ବାଇଶି ପାବଚ୍ଛ ଅନ୍ୟତମ । ଏହି ବାଇଶି ପାହାଚର ମାହାତ୍ମ୍ୟ ଓ ପବିତ୍ରତା ଅତି ଗୁରୁତ୍ବପୂର୍ଣ୍ଣ । ଏହି ବାଇଶି ପାହାଚ ମର୍ତ୍ତ୍ୟ ବୈକୁଣ୍ଠ, ଶ୍ରୀମନ୍ଦିରର ପ୍ରବେଶ ମାର୍ଗ ।

ଏହି ବାଇଶି ପାହାଚରେ ରହିଛି ବ୍ରହ୍ମଲୋକ, ପିତୃଲୋକ ତଥା ଧ୍ରୁବ ଲୋକ । ଏଠି ଅଛି ଅଷ୍ଟ ବୈକୁଣ୍ଠ । ନିତ୍ୟସ୍ଥଳୀ ପୁରୁଷୋତ୍ତମ କ୍ଷେତ୍ରରୁ ମହାପ୍ରଭୁ ନିତ୍ୟ ଲୋକରୁ ଭୂଲୋକକୁ ଓହ୍ଲାଇ ଆସନ୍ତି ଏହି ବାଇଶି ପାହାଚ ଦେଇ । ସିଂହଦ୍ବାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା ।

extraordinarily-fact
ଫାଇଲ ଫଟୋ

ବାଇଶି ପାହାଚ ସମ୍ପର୍କରେ ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥମାନଙ୍କରେ ଲେଖାଯାଇଛି । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ ବୋଲି ଜଣାଯାଏ । ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା ।

ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ଦୁଇଟି ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ବନାଥ ମନ୍ଦିର ରହିଛି । ଏହାସହ ଅନ୍ୟ କେତେକ ଛୋଟ ଛୋଟ ମନ୍ଦିର ଶ୍ରୀରାମଚନ୍ଦ୍ର ମନ୍ଦିର , ଶ୍ରୀନରସିଂହ (ଅଭୟ ନୃସିଂହ), ରାଧାବଲ୍ଲଭ ମନ୍ଦିର, ଘଣ୍ଟେଶ୍ବରୀ ଠାକୁରାଣୀ ଓ ଗଣେଶ ଚିତ୍ର ରହିଛି ।

ବାଇଶି ପାହାଚରେ ଦ୍ବିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ବାସ ରହିଛି ।

ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ଏହା ବ୍ୟତୀତ ବାଇଶ ପାହାଚ ହେଉଛି ପଞ୍ଚମାତ୍ରା, ପଞ୍ଚ ଭୂତ, ପଞ୍ଚ ବୀଜ, ପଞ୍ଚ ଦେବ ଏବଂ ଜୀବ ଓ ପରମ ନାମକ ଦୁଇ ଆତ୍ମାର ମିଳିତ ତନୁ ।

କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ବର ମହାଦେବଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭ କଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ବରଙ୍କୁ ଆରାଧନା କଲେ । ଜମ୍ବେଶ୍ବର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି । ଏହି ବାଇଶି ପାହାଚରେ ଗଡିବାରେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ।

ବାଇଶି ପାହାଚରେ ଭକ୍ତି ଭାବରେ ଭକ୍ତ ପିତୃମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ, ଦୀପଦାନ କରନ୍ତି । ପୂର୍ବେ ଏଠାରେ ଭୋଗଦ୍ରବ୍ୟ ବିକ୍ରୟ ହେଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK  FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.