ପୁରୀ: ଦେଶୀ ମଦ ପ୍ରସ୍ତୁତିରେ ଥିବା ପୋଚ ଜବତ କଲା ଅବକାରୀ ବିଭାଗ । ପୁରୀ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ବିକ୍ରି ଉପରେ କଡା ନଜର ରଖାଯାଇଥିବାବେଳେ ଏନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଶନିବାର ପୁରୀର ବାରବାଟୀ ମଶାଣି ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣ ଦେଶୀ ମଦ ତିଆରିରେ ଲାଗୁଥିବା ପୋଚ ଗୁଡିକ ଜବତ କରିବା ସହ ତଳେ ଢାଳି ନଷ୍ଟ କରିଛନ୍ତି ।
ଅବକାରୀ ବିଭାଗର ଅଧିକାରୀ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇ ଥିବାବେଳେ 1200 ଲିଟର ପୋଚକୁ ଜବତ ପରେ ନଷ୍ଟ କରାଯାଇଛି । ଯାହାକି ଦେଶୀ ମଦ ତିଆରିରେ ବ୍ୟବହାର ହୋଇଥାଏ। ତେବେ ଏକ ନଳା ଭିତରେ ଏହା ପୋତା ହେବା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏହି ବ୍ୟବସାୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ