ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଶ୍ରୀକ୍ଷେତ୍ରକୁ ଐତିହ ନଗରୀ କରିବା ନାମରେ ଯେଉଁ ଉଚ୍ଛେଦ କାର୍ଯ୍ୟ ଚାଲିଛି, ତାହାକୁ କଡା ବିରୋଧ କରିଛି ସମତା କ୍ରାନ୍ତି ଦଳ । ଏନେଇ ଦଳର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏକ ସାମ୍ବାଦିକ ସମିଳନୀରେ ଉଛେଦ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛନ୍ତି।
ସେହିପରି ଜଷ୍ଟିସ ବିପି ଦାସ କମିଶନ ରିପୋର୍ଟ ବିଧାନସଭାରେ ମଧ୍ୟ ଉପସ୍ଥାପନ ହୋଇନଥିବା ବେଳେ କେଉଁ ଆଧାରରେ ସରକାର ଉଛେଦ କରୁଛନ୍ତି ତାକୁ ନେଇ ବ୍ରଜ କିଶୋର ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ଐତିହକୁ ସୁରକ୍ଷା ନ କରି କୀର୍ତ୍ତିରାଜିକୁ ଭାଙ୍ଗି ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ତାହାକୁ ସେ କଡା ସମାଲୋଚନା କରିଛନ୍ତି। ତୁରନ୍ତ ଉଚ୍ଛେଦ କାର୍ଯ୍ୟ ବନ୍ଦ ସହ ଏଥିରେ ବିସ୍ଥାପିତ ବ୍ୟକ୍ତି ତଥା ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ବ୍ରଜ କିଶୋର ତ୍ରିପାଠୀ ଦାବି କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ