ETV Bharat / state

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗ: 26 ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ

author img

By

Published : Sep 1, 2019, 7:49 PM IST

Updated : Sep 1, 2019, 11:55 PM IST

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟାରେ ଆଜି ଏକାଧିକ ଦୋକାନୀ ବିସ୍ଥାପିତ ହୋଇଛନ୍ତି । ତନ୍ମଧ୍ୟରୁ 26 ଜଣଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି ।

ଫାଇଲ ଫଟୋ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ 75 ମିଟର ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଦିନକୁ ଦିନ ଗୁଜବ ବଢିବାରେ ଲାଗିଛି । ପୁରୀ ସହରର ରାସ୍ତା ଘାଟ ଚଉଡା ହେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନର ଉଚ୍ଛେଦ ଘଟଣା ପୁରୀବାସୀଙ୍କ ମନରେ ନିଦ ଉଡେଇ ଦେଇଛି । ସେପଟେ ଏଭଳି ଗୁଜବକୁ ବିଶ୍ବାସ ନକରିବାକୁ ପୁରୀ ସହରବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।

ସହରରେ ଅନ୍ୟ କୌଣସି ଜାଗାରେ ପ୍ରଶାସନ ଉଚ୍ଛେଦ ନେଇ କୌଣସି ଯୋଜନା ତଥା ନିଷ୍ପତ୍ତି ନିଆଯାଇନାହିଁ । ସେହିପରି ଭଙ୍ଗା ଯାଉଥିବା ମଠ ଗୁଡ଼ିକର ପୁନରୁଦ୍ଧାର ହେବ। ପାଇଁ ସରକାର ପର୍ଯ୍ୟାପ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବେ । ସେହିପରି ଉଚ୍ଛେଦ ପ୍ରକ୍ରିୟାରେ 81ଟି ଦୋକାନ ବିସ୍ଥାପିତ ହୋଥିବାବେଳେ ତନ୍ମଧ୍ୟରୁ 26 ଜଣ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ଜଗନ୍ନାଥ କମ୍ପେକ୍ସରେ ଥିବା ଦୋକାନ ଗୃହ ଗୁଡିକରୁ ସେମାନଙ୍କୁ ଆବଣ୍ଟନ କରାଯାଇଛି । ଅନ୍ୟ ମାନଙ୍କୁ ଜେଲ ରୋଡ଼ରେ ପ୍ରଶାସନର ହେବାକୁ ଥିବା ଯାତ୍ରିକା ନିବାସରେ ଦୋକାନ ଘର କରାଯାଇ ଥଇଥାନ କରାଯିବା ନେଇ ସୂଚାନ ମିଳିଛି । ତେଣୁ ପୁରୀ ସହରବାସୀ ଏଭଳି ଗୁଜବକୁ ବିଶ୍ବାସ ନକରି ପୁରୀକୁ ଐତିହ୍ୟ ସହର ତୋଳିବା ନେଇ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାପାଳ ବାର୍ତ୍ତା ଦେଇଛନ୍ତି । ଏଥିସହିତ ଆସନ୍ତା ସେପ୍ଟେମ୍ବର 3 ତାରିଖରେ ଶ୍ରୀମନ୍ଦିର ନିକଟରେ ଥିବା ବଡ ଆଖଡା ମଠ ଉଚ୍ଛେଦ ହେବା ନେଇ ଜିଲ୍ଲାପାଳ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 1, 2019, 11:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.