ପୁରୀ: ସଜାଗ ହୋଇଛି ପୁରୀ ପୋଲିସ । ପୁଣି ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ସୋମବାର ରାତିରେ ତାଳବଣିଆ ଓ ବାସେଳିସାହି ଅଞ୍ଚଳରେ ଦୁଇ ଅପରାଧୀଙ୍କୁ କାବୁ ନେଇ ଏନକାଉଣ୍ଟର କରିଛି। ଦୁଇ ଆହତ ଅପରାଧୀ ହେଲେ ବିଶ୍ବ ରଞ୍ଜନ ସାହୁ ଓରଫ ବିଶୁ ଏବଂ ସେୟାମତ ଖାଁ ଓରଫ ଟିକି ।
ଏମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ପୋଲିସ ତାଲିକାରେ ଦୁହେଁ ୱାଣ୍ଟେଟ ଥିଲେ। ସୋମବାର ପୋଲିସ ଖବର ପାଇଁ ବାସେଳି ସାହି ଓ ତାଳ ବଣିଆ ଅଞ୍ଚଳରେ ଚଢ଼ାଉ କରି ଦୁଇ ଅପରାଧୀଙ୍କୁ ଧରିବାକୁ ପୋଲିସ ଚେଷ୍ଟା କାରିଥିଲା। ହେଲେ ଏହି ଦୁଇ ଅପରାଧୀ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯାଉଥିବା ବେଳେ ପୋଲିସ ପାଲଟା ଗୁଳି ଚାଳନା କରିବାରୁ ଏହି ଦୁଇ ଅପରାଧୀ ଆହତ ହୋଇଛନ୍ତି।
ବିଶ୍ବ ରଞ୍ଜନ ମୁଖ୍ୟତଃ ନିଶା ଦ୍ରବ୍ୟ କାରବାର କରିବାରେ ମୁଖ୍ୟ ଥିଲା ପୁରୀ ସହରରେ। ସେହିଭଳି ଟିକି ଗ୍ୟାଙ୍ଗ ସାହାଯ୍ୟରେ ପୁରୀ ସହରରେ ବିଭିନ୍ନ ଅପରାଧ ଘଟାଉଥିଲା। ତେବେ ଅଗାମୀ ଦିନରେ ପୁରୀ ସହରକୁ ଅପରାଧ ମୁକ୍ତ କରିବା ନେଇ ଆହୁରି ଅଭିଯାନ ଜୋରଦାର କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ