ETV Bharat / state

ପୁରୀ ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳ ପ୍ରସାର ପାଇଁ ଉଦ୍ୟମ - badminton

ପୁରୀ ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ପ୍ରଚାର ପ୍ରସାର ନେଇ ଉଦ୍ୟମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବ୍ୟାଡମିଣ୍ଟନ ଖେଳ ପ୍ରସାର ପାଇଁ ଉଦ୍ୟମ
ବ୍ୟାଡମିଣ୍ଟନ ଖେଳ ପ୍ରସାର ପାଇଁ ଉଦ୍ୟମ
author img

By

Published : Feb 25, 2021, 10:05 AM IST

ପୁରୀ: ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କିପରି ବ୍ୟାଡମିଣ୍ଟମ ଖେଳର ପ୍ରସାର ହୋଇପାରିବ ସେନେଇ ଆବଶ୍ୟକ ଥିବା ଭିତ୍ତିଭୂମି ପାଇଁ ଆରମ୍ଭ ହୋଇଛି ପ୍ରୟାସ ।

ବ୍ୟାଡମିଣ୍ଟନ ଖେଳ ପ୍ରସାର ପାଇଁ ଉଦ୍ୟମ

ବ୍ୟାଡମିଣ୍ଟନ ଖେଳିବା ପାଇଁ କୋଣାର୍କ,ପିପିଲି,ନିମାପଡାରେ ଇଣ୍ଡୋର ହଲ ନିର୍ମାଣ ହେବ । ଯେଉଁଠାରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ସମସ୍ତ ସୁବିଧା ରହିବ । ଏହା ସହିତ ଅନ୍ୟ ଇଣ୍ଡୋର ସ୍ପୋର୍ଟସ ଟେବଲ ସମେତ ବିଭିନ୍ନ ଖେଳ ମଧ୍ୟ ହେବ ।

ସେହିପରି ପୁରୀରେ ଚାଲିଥିବା ସ୍ପୋର୍ଟସ କମ୍ପ୍ଲେକ୍ସରେ 7କୋଟି ଟଙ୍କାର ଏକ ଇଣ୍ଡୋର ହଲ ନିର୍ମାଣ କାର୍ଯ୍ୟ ଚାଲିଛି । ସେଠାରେ ଖେଳାଳିଙ୍କ ପାଇଁ ସମସ୍ତ ସୁବିଧା ରହିବ । ବ୍ୟାଡମିଣ୍ଟନ ଖେଳାଳିମାନେ ସେଠାରେ ରହି ଉପଯୁକ୍ତ ତାଲିମ ନେବା ସହିତ ସବୁ ଦିନ ଅଭ୍ୟାସ କରି ପାରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.