ETV Bharat / state

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଘରୋଇ କୋଠା, ମଠ ଓ ଲଜିଂ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦବେଳେ ଶାନ୍ତି ଶୃଙ୍ଖଳା ପାଇଁ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 4, 2020, 6:56 PM IST

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟରେ ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଆଜି(ବୁଧବାର) ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଘରୋଇ କୋଠା, ମଠ ଓ ଲଜିଂ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦବେଳେ ଶାନ୍ତି ଶୃଙ୍ଖଳା ପାଇଁ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ସମୟରେ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ତଳେ ପୁରୀ ଆସି ଉଚ୍ଛେଦ କାର୍ଯ୍ୟ ଶୀଘ୍ର ଶେଷକରି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେବାପରେ ଏବେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । ସେପଟେ ଶ୍ରୀମନ୍ଦିର ସିଂହଦ୍ବାର ଅରୁଣସ୍ତମ୍ଭ ନିକଟରେ ଥିବା ବ୍ୟାରିକେଟ ଘୁଞ୍ଚାଇ ଦିଆଯାଇ ପତିତପାବନ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ପୂର୍ବରୁ ମଙ୍ଗୁ ମଠ ନିକଟରେ ଥିବା ବ୍ୟାରିକେଟ ଯୋଗୁଁ ପତିତପାବନ ଦର୍ଶନରେ ଅନେକ ଅସୁବିଧା ଉପୁଜୁଥିଲା । ବିଶେଷ କରି ବୟସ୍କ ଲୋକମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଥିଲେ । ବର୍ତ୍ତମାନ ସିଂହଦ୍ବାର ସମ୍ମୁଖରେ ଏହି ବ୍ୟବସ୍ଥା ହେବାପରେ ଭକ୍ତଙ୍କ ପତିତପବନ ଦର୍ଶନ ସୁବିଧା ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ପତିତପାବନ ଦର୍ଶନର ସୁବିଧା କରିବାକୁ ପୂର୍ବରୁ ଭକ୍ତ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.