ETV Bharat / state

ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରଖିବା ପ୍ରସଙ୍ଗ: ଅଭିନବ ଢଙ୍ଗରେ ପ୍ରତିବାଦ କଲା ଜଗନ୍ନାଥ ସେନା

author img

By

Published : Mar 9, 2020, 5:37 PM IST

Updated : Mar 9, 2020, 5:51 PM IST

ୟେସ୍‌ ବ୍ୟାଙ୍କରେ ବେଆଇନ ଭାବେ ଶ୍ରୀମନ୍ଦିର କର୍ପସ ପଣ୍ଡ ରଖିବା ପ୍ରସଙ୍ଗ । ଘଟଣାରେ ସମ୍ପୃକ୍ତ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀଙ୍କୁ ବିରୋଧ କରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋବର ଓ ଚୂନ ପାଣି ଛିଞ୍ଚି ଏହାକୁ ବିଶୋଧନ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ...

The issue of keeping Jagannath money in YES Bank
YES ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରଖିବା ପ୍ରସଙ୍ଗ: ଗୋବର ଓ ଚୂନ ପାଣି ଛିଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବିଶୋଧନ କଲା ଜଗନ୍ନାଥ ସେନା

ପୁରୀ: ୟେସ୍‌ ବ୍ୟାଙ୍କରେ ବେଆଇନ ଭାବେ ଶ୍ରୀମନ୍ଦିର କର୍ପସ ପଣ୍ଡ ରଖିଥିବା ଦୁର୍ନୀତଗ୍ରସ୍ତ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ନୀରବତାକୁ ବିରୋଧ । ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ଏକ ପବିତ୍ର ସ୍ଥାନ । ମାତ୍ର ଏହି ସ୍ଥାନରେ ଦୁର୍ନୀତି, ଭ୍ରଷ୍ଟାଚାରୀ ଅଫିସର ଥିବାରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସେଠାରେ ଗୋବର ଓ ଚୂନ ପାଣି ଛିଞ୍ଚା ଯାଇ ତାହାକୁ ବିଶୋଧନ କରାଯାଇଛି । ଯାହା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ କର୍ପସ ଫଣ୍ଡ 545 କୋଟି ଟଙ୍କା ରଖାଯିବା ପ୍ରସଙ୍ଗରେ ସରକାର ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କେଵଳ ଟଙ୍କା ସୁରକ୍ଷିତ ଥିବା କଥା କହି ଲୋକଙ୍କୁ ଆଶ୍ବସନା ଦେଉଛନ୍ତି । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭଳି ପବିତ୍ର ସ୍ଥାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପସ୍ଥିତି ବିରୋଧ କରି ଏହାକୁ ପବିତ୍ର ଓ ବିଶୋଧନ କରିବା ନିମନ୍ତେ ଗୋବର ଓ ଚୂନପାଣି ସିଞ୍ଚନ କରାଯାଇ ବିଶୁଦ୍ଧ କରାଯାଇଥିବା କହିଛି ଶ୍ରୀଜଗନ୍ନାଥ ସେନା ।

ଏଥିସହ ଶ୍ରୀଜଗନ୍ନାଥଙ୍କ କର୍ପସ ଫଣ୍ଡରେ ବଡ ଧରଣର ଦୁର୍ନୀତିକୁ ନେଇ ଅର୍ଥ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଓ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବିଭାଗକୁ ଦାୟୀ କରୁଛି । କିନ୍ତୁ ୟେସ ବ୍ୟାଙ୍କରୁ କିଭଳି ଗଚ୍ଛିତ ଟଙ୍କାକୁ ଅଣାଯିବ ସେ ନେଇ କାହାର ଚିନ୍ତା ନଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଥିବା ଅର୍ଥ ବିଭାଗର ଜାଣତରେ ଏସବୁ ବେଆଇନ କାରବାର ହୋଇଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ୟେସ ବ୍ୟାଙ୍କ ଭଳି ଏକ ଆର୍ଥିକ ଦୁର୍ବଳ ତଥା ଦେବାଳିଆ କମ୍ପାନୀରେ କାହିଁକି ଶ୍ରୀମନ୍ଦିରର ପାଣ୍ଠି ସେଠାରେ ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଏହି ଘୋଟଲାରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ବଦିଷ୍ଠ ଅଧିକାରୀ ସମେତ ଅନେକ ବଡ଼ ଅଫିସର ହାତ ଥିବା ବିନାୟକ ଦାସ ମହାପାତ୍ର ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଘଟଣା ପଦାକୁ ଆସିବା ପରେ ବି ରାଜ୍ୟ ସରକାର ଦୋଷୀ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ଘଣ୍ଟ ଘଉଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ବୋଲି କହିଛନ୍ତି ।

ଅନ୍ୟପଟେ ଭକ୍ତ ମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 9, 2020, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.