ETV Bharat / state

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ , ଧୋତି ପିନ୍ଧାଇଲେ ସେବାୟତ

Dress Code in Jagannath Temple: ଜାନୁଆରୀ ୧ରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀନତା ପୋଷାକ ନିୟମ କଡ଼ାକଡ଼ି । ତେବେ ଆଜି ମଧ୍ୟ ପ୍ରଦେଶରୁ ଆସିଥିବା ଜଣେ ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ । ଏହି ନିୟମକୁ ସ୍ୱାଗତ କରିଛନ୍ତି ବାହାର ରାଜ୍ୟ ପର୍ଯ୍ୟଟକ । ଛୋଟ ଡ୍ରେସ୍‌, ଚିରା ଫଟା ଡିଜାଇନ୍ ଡ୍ରେସ୍‌, ଶରୀର ଦେଖା ଯାଉଥିବା ଡ୍ରେସ୍‌ ନପିନ୍ଧି ଆସିବାକୁ ନିବେଦନ । ଅଧିକ ପଢ଼ନ୍ତୁ

ନୁଆ ବର୍ଷରୁ ଶ୍ରୀ ମନ୍ଦିରରେ ନୁଆ ନିୟମ , ଧୋତି ପିନ୍ଧାଇଲେ ସେବାୟତ

author img

By ETV Bharat Odisha Team

Published : Dec 31, 2023, 7:19 PM IST

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ , ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ । ଶାଳୀନତା ପୋଷାକ ପିନ୍ଧି ଆସିବେ ଭକ୍ତ, ଧୋତି ପିନ୍ଧାଇ ଭକ୍ତଙ୍କୁ ସଚେତନ କରାଇଲେ ସେବାୟତ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ନବବର୍ଷ ଜାନୁଆରୀ 1 ତାରିଖରୁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିର ଆସିବେ । ନହେଲେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିୟମ ଜାନୁଆରୀ 1 ତାରିଖରୁ କଡ଼ାକଡ଼ି ପାଳନ କରାଯିବ । ଗତ 3 ମାସ ହେବ ଏନେଇ ଭକ୍ତଙ୍କୁ ସଚେତନ କରାଯାଉଥିଲା । ତେବେ ଆଜି ଶ୍ରୀମନ୍ଦିର ସିଂହଦ୍ଵାରରେ ମଧ୍ୟ ଭକ୍ତ ମା'ମାନଙ୍କୁ ସଚେତନ କରୁଛନ୍ତି ସେବାୟତ । ଛୋଟ ଡ୍ରେସ, ଚିରା ଫଟା ଡିଜାଇନ୍ ଡ୍ରେସ, ଶରୀର ଦେଖା ଯାଉଥିବା ଡ୍ରେସ୍‌ ନପିନ୍ଧି ଆସିବାକୁ ଭକ୍ତଙ୍କୁ ସଚେତନ କରିଛନ୍ତି ସେବାୟତ ।

ତେବେ ଜଣେ ଭକ୍ତ ମଧ୍ୟ ପ୍ରଦେଶରୁ ଆସିଥିବା ବେଳେ ହାଫ୍ ପ୍ୟାଣ୍ଟ୍‌ ପିନ୍ଧି ଥିବାରୁ ସେବାୟତ ଅଟକାଇ ତାଙ୍କୁ ସଚେତନ କରାଇଥିଲେ ସେବାୟତ । ପରେ ଭକ୍ତ ଜଣଙ୍କ ଏହି ନିୟମକୁ ସ୍ଵାଗତ କରିଥିଲେ । ନିଜେ ସେ ଏକ ଧୋତି କିଣି ପିନ୍ଧିବା ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ପରମ୍ପରା ଭକ୍ତ ସ୍ଵାଗତ କରିଛନ୍ତି । ଶାଳୀନତା ପୋଷାକ ପିନ୍ଧି ଦେବାଳୟକୁ ଯିବା ଆମ ହିନ୍ଦୁ ସନାତନ ପରମ୍ପରା । ଏହାକୁ ଜଗନ୍ନାଥ ମନ୍ଦିରରେ ଲାଗୁ କରିବା ଉଚିତ୍ ପଦକ୍ଷେପ ବୋଲି ଭକ୍ତ ଜଣଙ୍କ କହିଛନ୍ତି । ତେବେ ଶ୍ରୀମନ୍ଦିର ଆସୁଥିବା ପ୍ରତେକ ଭକ୍ତ ଏହା ମାନିବା ଉଚିତ୍ ବୋଲି ଭକ୍ତ ମତ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ: ସେବାୟତଙ୍କ ଜୁଲମରେ ଭକ୍ତ ଅସନ୍ତୋଷ, ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି

ଅନ୍ୟପଟେ ଶ୍ରୀମନ୍ଦିର ସେବାୟତ ଭଗବାନ ପଣ୍ଡା କହିଛନ୍ତି,"ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ହେଉଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥା ପ୍ରତୀକ । ଏଠାର ଥିବା ପବିତ୍ରତାକୁ ବଜାୟ ରଖିବାକୁ ହେଲେ ଭକ୍ତମାନେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଆସିବା ଉଚିତ୍ । ଏହା ଦ୍ବାରା ମନ ଶୁଦ୍ଧ ରହିବା ସହ ମହାପ୍ରଭୁଙ୍କ କୃପା ମଧ୍ୟ ମିଳିବ । ତେବେ ଏହି ନିୟମକୁ ସବୁ ଭକ୍ତ ମାନି ସାରିଲେଣି । କିଛି ବାହାର ଭକ୍ତ ଜାଣି ନାହାନ୍ତି । ଏଣୁ ସେହି ଭକ୍ତମାନଙ୍କୁ ସେବାୟତମାନେ ସଚେତନ କରୁଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାରମ୍ପରିକ ଧୋତି, ପଞ୍ଜାବୀ, କୁର୍ତ୍ତା, ଶରୀର ପୂର୍ଣ୍ଣ ଢାଙ୍କି ହେଲା ଭଳି ପୋଷାକ ପିନ୍ଧି ଆସିନ୍ତୁ ।"

ଇଟିଭି ଭାରତ , ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.