ETV Bharat / state

Dress Code For Devotees: ହାପପ୍ୟାଣ୍ଟ ପିନ୍ଧି ଆସିଥିଲେ, ଆଜି ବି ଧୋତି ପିନ୍ଧାଇ ଦେଲେ - ଶାଳୀନତା ପୋଷାକ ପରିଧ୍ୟାନ ପାଇଁ ସଚେତନତା

ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନତା ଜାରି ରଖିଛନ୍ତି ସେବାୟତ । ଜାନୁଆରୀ ୧ରୁ ଏହି ନିୟମ ମନ୍ଦିରରେ ଲାଗୁ ହେବ । ଅଧିକ ପଢନ୍ତୁ

Dress Code For Devotees: ଶାଳୀନତା ପୋଷାକ ପରିଧାନ ପାଇଁ ସଚେତନତା

author img

By ETV Bharat Odisha Team

Published : Oct 30, 2023, 9:23 PM IST

Dress Code For Devotees: ଶାଳୀନତା ପୋଷାକ ପରିଧାନ ପାଇଁ ସଚେତନତା

ପୁରୀ: ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନତା ଜାରି ରଖିଛନ୍ତି ସେବାୟତ। ହାଫ ପ୍ୟାଣ୍ଟ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଯାଉଥିବା ଭକ୍ତଙ୍କୁ ଅଟକାଇ ଧୋତି ପିନ୍ଧାଇ ଶ୍ରୀମନ୍ଦିରକୁ ଛାଡୁଛନ୍ତି ସେବାୟତ । ଯାହାକୁ ସ୍ଵାଗତ କରାଯାଉଛି । ଜଣେ ଯୁବକ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ସେଠାରେ ଉପସ୍ଥିତ ଜଗନ୍ନାଥ ମନ୍ଦିର ପୋଲିସ, ସେବାୟତ ଅଟକାଇ ଥିଲେ । ପରେ ଦୁଇଟି ଧୋତି ଅଣାଯାଇ ସେବାୟତ ମାନେ ଉକ୍ତ ଯୁବକଙ୍କୁ ପିନ୍ଧାଇ ଥିଲେ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶାଳୀନତା ପୂର୍ବକ ଡ୍ରେସ ପିନ୍ଧି ଆସିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ଆସନ୍ତା ଜାନୁଆରୀ ୧ ତାରିଖରୁ ଏହି ନିୟମ ମନ୍ଦିରରେ ଲାଗୁ ହେବ । ହେଲେ ତାହା ପୂର୍ବରୁ ଭକ୍ତମାନଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ମୁତୟନ ଜେଟିପି ସଚେତନ କରୁଛନ୍ତି । ମହିଳାମାନେ ସାଲୁଆର, ଶାଢୀ ଦେହ ସମ୍ପୂର୍ଣ୍ଣ ଘୋଡାଇ ହେବା ଭଳି ଡ୍ରେସ ପିନ୍ଧିବାକୁ ନିୟମ ହୋଇଛି । ସେହିପରି ପୁରୁଷ ମାନେ ଫୁଲ ପ୍ୟାଣ୍ଟ, ସାର୍ଟ, ପଞ୍ଜାବୀ, ଅଥବା ପାରମ୍ପରିକ ଡ୍ରେସ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

ଏହା ମଧ୍ୟ ପଢନ୍ତୁ...Raghubar Das Visits Puri: ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା

ଦୀର୍ଘ ଦିନ ହେଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିବା ନେଇ ସବୁ ମହଲରେ ଦାବି ହୋଇ ଆସୁଥିଲା । ହେଲେ ଡ୍ରେସ କୋଡ ଲାଗୁ କରାନଯାଇ କେବଳ ଶରୀର ସମ୍ପୂର୍ଣ ଢାଙ୍କି ହେଲା ଭଳି ଶାଳୀନତା ପୂର୍ଣ୍ଣ ଡ୍ରେସ ନେଇ ନିୟମ ହୋଇଛି । ଯାହାକୁ ସବୁ ମହଲରୁ ସ୍ଵାଗତ କରାଯାଇଛି । ଆଧୁନିକ ଡ୍ରେସ, ଦେହ ଦେଖା ହେଉଥିବା ପୋଷାକ,ଚିରା ଫଟା ଡିଜାଇନର ଡ୍ରେସ ଉପରେ କଟକଣା ଜାରି କରାଯାଇଛି । ତେବେ ଏହି ନିୟମ ଲାଗୁ ପରେ ମହିଳାଙ୍କୁ ସଚେତନ କରାଇବା ପାଇଁ ମହିଳା ପୋଲିସ ମୁତୟନ ପାଇଁ ଦାବି ହୋଇଛି । ସେହିପରି ଶ୍ରୀମନ୍ଦିର ନିକଟରେ ପୋଷାକ ବଦଳାଇବା ଗୃହ ରଖିବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ....Dress Code For Devotees: ହାପ୍‌ପ୍ୟାଣ୍ଟ ପିନ୍ଧି ଆସିଥିଲେ ଶ୍ରୀମନ୍ଦିର, ଯୁବକଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ଏହା ମଧ୍ୟ ପଢନ୍ତୁ...Kartik Month: ଆରମ୍ଭ ହେଲା ହବିଷ୍ୟାଳୀଙ୍କ ପବିତ୍ର କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.