ETV Bharat / state

ରାଷ୍ଟ୍ରୀୟ ଏକତା ଦିବସ: ୫୩୧ ଧାନରେ ଲୌହ ମାନବଙ୍କ ଫଟୋଚିତ୍ର

author img

By

Published : Oct 31, 2022, 7:36 AM IST

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ । ଏହି ପରିପ୍ରେକ୍ଷୀରେ ପ୍ରାୟ ୫୩୧ଟି ଧାନରେ ବଲ୍ଲଭଭାଇ ପଟେଲଙ୍କ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଜାବିର୍ ଖାଁ । ଅଧିକ ପଢ଼ନ୍ତୁ

ରାଷ୍ଟ୍ରୀୟ ଏକତା ଦିବସ: ୫୩୧ ଧାନରେ ଲୌହ ମାନବଙ୍କ ଫୋଟୋ ଚିତ୍ର

ପୁରୀ: ପ୍ରତିବର୍ଷ ପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଅକ୍ଟୋବର ୩୧ରେ ପାଳନ କରୁଛି ସାରାଦେଶ । ଏହି ପରିପ୍ରେକ୍ଷୀରେ ଅଭିନବ ଶୈଳୀରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବ ଚିତ୍ରଶିଳ୍ପୀ ଜାବିର୍ ଖାଁ । ସେ ପ୍ରାୟ ୫୩୧ଟି ଧାନରେ ବଲ୍ଲଭଭାଇ ପଟେଲଙ୍କ ଏକ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ।

ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ୨୦୧୪ ମସିହାରୁ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି । ଦେଶ ଗଠନରେ ଏହି ଲୌହ ମାନବଙ୍କ ତ୍ୟାଗ, ନିଷ୍ଠା ବିଷୟରେ ଦେଶର ଯୁବ ପିଢ଼ିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଏହି ପରିପ୍ରେକ୍ଷୀରେ ଅଭିନବ ଶୈଳୀରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବ ଚିତ୍ରଶିଳ୍ପୀ ଜାବିର୍ ଖାଁ । ସେ ୩୧ଟି ଧାନ ବ୍ୟବହାର କରି ସର୍ଦ୍ଦାର ପଟେଲଙ୍କ ଏକ ଫଟୋଚିତ୍ର ପ୍ରସ୍ତୁତ କରିଛନ୍ତି । ଏନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.