ETV Bharat / state

ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ ଅଭାବନୀୟ ସ୍ଥିତି, ନାଳ ମାଡ଼ି ଯାତାୟତ କରୁଛନ୍ତି ଭକ୍ତ - ନର୍ଦ୍ଦମା ପାଣି ମାଡି ଶ୍ରୀମନ୍ଦିରରୁ ବାହାରୁଛନ୍ତି ଭକ୍ତ

ନର୍ଦ୍ଦମା ପାଣି ମାଡି ଶ୍ରୀମନ୍ଦିରରୁ ବାହାରୁଛନ୍ତି ଭକ୍ତ । ଶ୍ରୀମନ୍ଦିର ଭିତରୁ ଆସିଥିବା ନଳା ପାଣଇ ଜାମ ହୋଇ ଉତ୍ତର ଦ୍ବାରରେ ଜମା ହୋଇ ରହିଛି । ଯାହା ଫଳରେ ଉଦବେଗ ପ୍ରକାଶ କରିଛନ୍ତି ଭକ୍ତ । ଅଧିକ ପଢ଼ନ୍ତୁ

puri jagannath temple
ପୁରୀ ଶ୍ରୀମନ୍ଦିର
author img

By

Published : Jan 8, 2023, 4:13 PM IST

drain water floating

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ଵାରରେ ଅଭାବନୀୟ ପରିସ୍ଥିତି । ନଳା ପାଣି ମାଡ଼ି ଶ୍ରୀମନ୍ଦିରରୁ ବାହାରୁଛନ୍ତି ଭକ୍ତ । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ ଅନବରତ ନର୍ଦ୍ଦମା ପାଣି ଜମି ରହିଥିବାବେଳେ ପ୍ରଶାସନର ଦୃଷ୍ଟି ନଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରଥ ନିର୍ମାଣ ପାଇଁ ଦାନ କଲେ ଫାଶୀ କାଠ, ୮୭ ଜଣଙ୍କୁ ଶ୍ରୀମନ୍ଦିର ପ୍ରଶାସନର ସମ୍ବର୍ଦ୍ଧନା

ଶ୍ରୀମନ୍ଦିର ଭିତରୁ ଆସୁଥିବା ନଳା ପାଣି ନିଷ୍କାସିତ ହୋଇ ନ ପାରି ଉତ୍ତର ଦ୍ଵାରରେ ଜମି ରହୁଛି । ନଳା ଜାମ ହେବାରୁ ପାଣି ଜମୁଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ନଳା ପୋତା ହୋଇଥିବା ହେତୁ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ଭିତରେ ନର୍ଦ୍ଦମା ଜଳ ନିଷ୍କାସନ ହେବା ପ୍ରଶାସନର ଅବହେଳାକୁ ସମାଲୋଚନା କରିଛନ୍ତି ଭକ୍ତ ।

ଏହା ମଧ୍ୟ ପଢ଼ନ୍ତୁ: Annual Bird census: ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ, ୩୦ଟି ଟିମ୍ ନିୟୋଜିତ

ଖାଲି ସେତିକି ନୁହେଁ ବର୍ଷା ସମୟରେ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଥାଏ । ପାଣି ନିଷ୍କାସନର ସଠିକ ବ୍ୟବସ୍ଥା ନଥିବାରୁ ଏପରି ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ମନୋବୃତ୍ତି ଯୋଗୁଁ ପୁରୀ ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ପାଣି ଜମି ରହୁଛି । ନିକଟରେ ଚକ୍ରତୀର୍ଥ ଅଞ୍ଚଳରେ ସ୍ବରାଜ ଚାମ୍ବର ଫାଟି ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ସେହିପରି ସମୂଦ୍ର କୂଳ ରାସ୍ତାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଭିନ୍ନ ସମୟରେ ସ୍ବରାଜ ଚାମ୍ବର ଫାଟି ମଇଳା ପାଣି ରାସ୍ତାରେ ଲହଡି ମାରିବା ସହ ସିଧାସଳଖ ସମୁଦ୍ରରେ ଯାଇ ମିଶୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.