ETV Bharat / state

ଫନି କ୍ଷୟୟତି ଅନୁଧ୍ୟାନବେଳେ ତହସିଲଦାର ହଟହଟା

ଫନିରେ ଘର ଭଙ୍ଗା ଲିଷ୍ଟରେ ଅନିୟମିତତା ଅଭିଯୋଗ ହୋଇଥିବାବେଳେ ବ୍ରହ୍ମଗିରିର ଅଣତିରିଶ ଗ୍ରାମରେ ତହସିଲଦାର ଅଶୋକ କୁମାର ମହାନ୍ତି ପହଞ୍ଚିଥିଲେ । ସେଠାରେ ତାଙ୍କୁ ହଟହଟା ହୋଇ ଫେରିବାକୁ ପଡିଛି ।

author img

By

Published : Jun 29, 2019, 11:58 AM IST

Updated : Jun 29, 2019, 12:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ଘର ଭଙ୍ଗା ଅନୁଧ୍ୟାନବେଳେ ତହସିଲଦାର ହଟହଟା । ବାତ୍ୟା ଫନିରେ ଘର ଭଙ୍ଗା ଲିଷ୍ଟରେ ଅନିୟମିତତା ଅଭିଯୋଗ ହୋଇଥିବାବେଳେ ପୁନଃ ଯାଞ୍ଚ ପାଇଁ ତହସିଲଦାର ଯାଇଥିବାବେଳେ ତାଙ୍କୁ ହଟହଟା ହେବାକୁ ପଡ଼ିଛି ।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକ ଅଧୀନ କୁସୁବେଣ୍ଟି ପଞ୍ଚାୟତର ଅଣତିରିଶ ଗ୍ରାମରେ ବ୍ରହ୍ମଗିରି ତହସିଲଦାରଙ୍କୁ ଉକ୍ତ ଗ୍ରାମର କିଛି ଲୋକଙ୍କ ଦ୍ଵାରା ହଟହଟା ହେବାକୁ ପଡ଼ିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ବାତ୍ୟା ଫନିରେ ଉକ୍ତ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବହୁ ପରିବାର ବାସହରା ହୋଇଥିଲେ ।

ସେମାନଙ୍କ ଥଇଥାନ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ଓ ତହସିଲର ସରକାରୀ କର୍ମଚାରୀମାନେ ଅନୁଧ୍ୟାନ କରିଥିଲେ । ତେବେ ସେମାନେ ଅନୁଧ୍ୟାନ କରିବା ପରେ ଏକ ତାଲିକା ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ଦେଖାଯାଇଥିଲା ଅନିୟମିତତା ।

ତେବେ ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାମ ବାଦ ପଡିଥିବାବେଳେ ଉଚ୍ଚ ଅଟାଳିକାରେ ରହୁଥିବା ପରିବାର ନାମ ପଞ୍ଜିକୃତ ହୋଇଥିବା ନେଇ ଦେଖାଦେଇଥିଲା ଅସନ୍ତୋଷ ।

ଏହାର ସଠିକ ଅନୁଧ୍ୟାନ କରିବା ପାଇଁ କୁସୁବେଣ୍ଟି ପଞ୍ଚାୟତର ନୋମିନି ଅର୍ଜୁନ କୁମାର ସ୍ବାଇଁଙ୍କ ଲିଖିତ ଅଭିଯୋଗ ପାଇ ଅଣତିରିଶ ଗ୍ରାମରେ ବ୍ରହ୍ମଗିରି ତହସିଲଦାର ଅଶୋକ କୁମାର ମହାନ୍ତି ପହଞ୍ଚି ଥିଲେ ।

ସେଠାରେ କିଛି ଲୋକ ତାଙ୍କ ପୁନଃ ଅନୁଧ୍ୟାନକୁ ବିରୋଧ କରିବା ସହ ଧରିଥିବା ନାମ ତାଲିକାକୁ ହାତରୁ ଭିଡି ଚିରି ଦେଇଥିଲେ । ଫଳରେ ସେଠାରେ ତହସିଲଦାର ଅନୁଧ୍ୟାନ କରି ନ ପାରି ହଟହଟା ହୋଇ ଫେରିଆସିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:Conclusion:
Last Updated : Jun 29, 2019, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.