ETV Bharat / state

ଅଖଣ୍ଡ ଭାରତ ଓ ତିବ୍ଦତର ସୁରକ୍ଷା ପାଇଁ ବାଇକ ଶୋଭାଯାତ୍ରା - TIBETAN YOUTH CONGRESS

ତିବ୍ଦତୀ ୟୁଥ କଂଗ୍ରେସ ପକ୍ଷରୁ ଭାରତ ଭ୍ରମଣ ବାଇକ ଶୋଭାଯାତ୍ରା । ଆଜି ଭୁବନେଶ୍ବର ଲୋହିଆ ଏକାଡେମୀରେ ପହଞ୍ଚିଛି ବାଇକ ଯାତ୍ରା ।

Tibetan Youth Congress
Tibetan Youth Congress (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 9:39 PM IST

ଭୁବନେଶ୍ବର: ଅଖଣ୍ଡ ଭାରତ ଓ ତିବ୍ଦତର ସୁରକ୍ଷା ପାଇଁ ବାଇକ ଶୋଭାଯାତ୍ରା । ତିବ୍ଦତୀ ଯୁବ କଂଗ୍ରେସ ପକ୍ଷରୁ ଏହି ଅଖିଳ ଭାରତୀୟ ବାଇକ ରାଲି ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଭୁବନେଶ୍ବର ଲୋହିଆ ଏକାଡେମୀ ପହଞ୍ଚିଛନ୍ତି । 'ତିବ୍ଦତର ସ୍ୱତନ୍ତ୍ରତା ଭାରତର ସୁରକ୍ଷା' ଏହି ବାର୍ତ୍ତା ନେଇ ଶୋଭାଯାତ୍ରାରେ ୧୧ ଜଣ ବାଇକ ଚାଳକ ସାମିଲ ହୋଇ ଭାରତ ଭ୍ରମଣ କରୁଛନ୍ତି । ତେବେ ୨୨ ନଭେମ୍ବରରୁ ଭାରତ ତିବ୍ଦତ ସୀମା ବୁମଲା ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ।

'ତିବ୍ଦତର ସ୍ୱତନ୍ତ୍ରତା ଭାରତର ସୁରକ୍ଷା':

ଆଜି ପର୍ଯ୍ୟନ୍ତ ୯ଟି ରାଜ୍ୟ ବୁଲିସାରିଥିବା ବେଳେ ବିଭିନ୍ନ ରାଜ୍ୟର ସଂସଦ, ବିଧାୟକ ଓ ତିବ୍ଦତୀ ସମର୍ଥକମାନଙ୍କୁ ଭେଟୁଛନ୍ତି । ବିଶେଷ କରି ଚୀନ ଯେଉଁଭଳି ଭାବେ ତିବ୍ଦତକୁ ନିଜ ଅକ୍ତିଆରକୁ ନେଇ ନିଜ ସହ ସାମିଲ କରିଛି, ଯେଭଳି ତିବ୍ଦତଙ୍କୁ ଶୋଷଣ କରୁଛି ଏହା ବିରୋଧରେ ଭାରତୀୟମାନକୁ ଅବଗତ ଓ ସଚେତନତା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିନିଧିଙ୍କ ସହ ଭେଟ ହେବା ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟୁଛନ୍ତି । ତିବ୍ଦତର ସ୍ୱାଧୀନତା ଓ ସ୍ୱତନ୍ତ୍ର ଫେରାଇ ଆଣିବା ସହ ଏନେଇ ଏଜ ସ୍ୱତନ୍ତ୍ର ପ୍ରସ୍ତାବ ପାରିତ କରନ୍ତୁ ବା ସରକାର ନୂଆ ରେଜ୍ୟୁଲେସନ ଆଣନ୍ତୁ ବୋଲି ଦାବି କରିଛନ୍ତି ।

Tibetan Youth Congress (ETV Bharat Odisha)

ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ କି.ମି କାଇକ ରାଲିରେ ବୁଲାଇସାରିଥିବା ବେଳେ ୨ ମାସ ଭିତରେ ୨୦ ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ବ କିଲୋମିଟର ଭାରତ ଭ୍ରମଣ କରିବ ବୋଲି ସଂଗଠନର ଅଧ୍ୟକ୍ଷ କହିଛନ୍ତି । ଓଡ଼ିଶାରେ ପହଁଚିବା ପରେ ପ୍ରଥମେ ବାଲେଶ୍ୱର ପରେ ଭଦ୍ରକ ବାରିପଦା, କଟକରୁ ଭୁବନେଶ୍ୱରରେ ପହଁଚିଥିବା ବେଳେ ଆଜି ଢେଙ୍କାନାଳ, କେନ୍ଦୁଝର, ରାଉଲକେଲା, ରାୟଗଡା ଓ ସୁନ୍ଦରଗଡ ଅଭିମଖେ ବାହାରିଛନ୍ତି । ଓଡିଶା ପରେ ଛତିଶଗଡ଼ ଅଭିମୁଖେ ଏହି ଭାରତ ଭ୍ରମଣ ଶୋଭାଯାତ୍ରା ବାହାରିବ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ

ଏହା ମଧ୍ୟ ପଢ଼ନ୍ତୁ...୩ ବର୍ଷ ପରେ ଜଣାପଡ଼ିଲା CDS ବିପିନ ରାଓ୍ବତଙ୍କ ବିମାନ ଦୁର୍ଘଟଣା ଏବଂ ମୃତ୍ୟୁ କାରଣ

"ଧର୍ମ ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରୁଛି ଚୀନ":

ଭାରତ ଭ୍ରମଣକୁ ନେଇ ତିବ୍ଦତୀ ଯୁବ କଂଗ୍ରେସ ଅଧ୍ୟକ୍ଷ ଗୋନପୋ ଧୁନ୍ଦୁପ କହିଛନ୍ତି, "ଚୀନ ୧୯୫୯ରେ ତିବ୍ଦତ ଦେଶକୁ ଅକ୍ତିଆର କରିନେଇଛି । ସେଠାରେ ଆମ ଧର୍ମ ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାରେ ଲାଗିଛି । ସେଠାରେ ସ୍ଥିତି ବେଶ ଗମ୍ଭୀର ରହିଛି । ତେଣୁ ଆମ ସଂସ୍କୃତିର ପୁନଃ ଜୀବିତର ଦାବି କରୁଛୁ । ୨୨ଟି ରାଜ୍ୟ ବୁଲବୁଲି ଭାରତ ସରକାର ଓ ଭାରତବାସୀଙ୍କୁ ସେମାନଙ୍କର ୬୦ ବର୍ଷର ସମର୍ଥନକୁ ନେଇ ଆମେ ଧନ୍ୟବାଦ ଜଣାଉଛୁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଂସଦ ଓ ବିଧାୟକଙ୍କୁ ଭେଟି ସ୍ୱତନ୍ତ୍ର ଦେଶ ଭାବେ ଏକ ରେଜୁଲେସନ ଆଣନ୍ତୁ ବୋଲି ଦାବି କରିଛୁ । ତିବ୍ଦତର ପରିବେଶକୁ ଚୀନ୍‌ ଖରାପ କରୁଛି । ସେନେଇ ସମନ୍ୱୟ ଭାବେ ଭାରତ ସମେତ ଦକ୍ଷିଣ ଏସିଆ ଏକାଠି ହୋଇ ସ୍ୱର ଉଠାଇବା ପାଇଁ ଦାବି କରିଛି ସଂଗଠନ । ଏହି ୩ଟି ଉଦ୍ଦେଶ୍ୟକୁ ନେଇ ଭାରତ ସୁରକ୍ଷା ଓ ତିବ୍ଦତର ସ୍ୱତନ୍ତ୍ରତା ପାଇଁ ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ବାଇକରେ ବୁଲି ଭ୍ରମଣ କରିବ ତିବ୍ଦତୀ ଯୁବ କଂଗ୍ରେସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.