ETV Bharat / state

ପୂର୍ବତନ PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍ - ED RAID

ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ୫ଟି ଠିକଣାରେ ରେଡ୍ । ଆର୍ଥିକ କାରବାର ନେଇ ଖୋଳତାଡ୍ ।

ED Raid
ED Raid (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 8:45 PM IST

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତିଙ୍କ ଘରେ ଇଡି ରେଡ୍ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ୫ଟି ଠିକଣାରେ ଚଢାଉ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ସହ ଆର୍ଥିକ କାରବାର ନେଇ ଖୋଳତାଡ କରାଯାଇଛି ।

କେଉଁଠି ହୋଇଛି ରେଡ୍:

ED Raid
ED Raid (ETV Bharat Odisha)

ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘର, ମଞ୍ଚେଶ୍ବରରେ ଥିବା ଏକ କାର୍ଯ୍ୟାଳୟ , ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟ ଘର ଓ ଶିଶୁପାଳଗଡ ସ୍ଥିତ ଏକ ଫାର୍ମ ହାଉସ ସହ ରାଉରକେଲାରେ ଏକ ସ୍ଥାନରେ ମଧ୍ୟ ଚଢାଉ ହୋଇଛି । ଇଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟ (PMLA) ରେ ଆର୍ଥିକ କାରବାର ନେଇ ଏହି ରେଡ ଜାରି ରହିଛି । ରେଡ ଜାରି ରହିଥିବାରୁ ଏନେଇ ଅଧିକ ସୂଚନା ଦିଆଯାଇନାହିଁ । କିନ୍ତୁ ନିରଞ୍ଜନ ପଟ୍ଟନାୟକ ନୁହନ୍ତି ତାଙ୍କ ଭାଇ ଡି ଆର ପଟ୍ଟନାୟକଙ୍କ ସମ୍ପର୍କିତ ସଂସ୍ଥା ଉପରେ ମଧ୍ୟ ଇଡି ଚଢାଉ କରିଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ସକାଳୁ ସନ୍ଧ୍ୟା ଯାଏଁ ଚଢାଉ:

ସୂଚନା ମୁତାବକ, ଏକ କାରରେ ୮ଜଣ ଇଡି ଅଧିକାରୀ ଦିନ ପ୍ରାୟ ୧୧ଟା ସମୟରୁ ରେଡ ଜାରି ରଖିଥିଲେ । ଘରେ ଥିବା ଆସବାବପତ୍ର, ଗହଣା, ଟଙ୍କା ଓ ଅନ୍ୟାନ୍ୟ ଦାମି ଜିନିଷର ହିସାବ ନିକାଶ କରିଥିଲେ ଅଧିକାରୀ । ଏପରିକି ଘର କିଛି ଲୋକଙ୍କୁ ମଧ୍ୟ ଏନେଇ ପଚରା ଉଚରା କରିଥିଲେ । କେବଳ ସେତିକି ନୁହେଁ, ଫରେଷ୍ଟ ପାର୍କ ନିକଟରେ ଥିବା ଘରେ ଆର୍ଥିକ କାରବାର ନେଇ ତନାଘନା କରିଥିଲେ ଟିମ୍ । ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଡିଆର ପଟ୍ଟନାୟକ ସମ୍ପର୍କିତ ସଂସ୍ଥା ଉପରେ ମଧ୍ୟ ରେଡ୍ ହୋଇଛି । ଶିଶୁପାଳଗଡ଼ ନିକଟରେ ଥିବା ଫାର୍ମ ହାଉସକୁ ମଧ୍ୟ ଯାଇଥିଲେ ଏହି ଟିମ୍ । ସେହିପରି ମଞ୍ଚେଶ୍ବରରେ ଥିବା ଅଫିସ ବ ଗାଡି ସୋରୁମ ସମ୍ପର୍କିତ ମଧ୍ୟ ଛାନଭିନ ହୋଇଛି । କେବଳ ଭୁବନେଶ୍ୱର ନୁହେଁ, ଇଡିର ରାଉରକେଲାରେ ମଧ୍ୟ ଚଢାଉ କରିଛି ଟିମ୍ । ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ରେଡ କରି ଫେରିଛନ୍ତି ଟିମ୍ ।

ଏହା ବି ପଢନ୍ତୁ...ଖଲ୍ଲିକୋଟରେ ବଡ଼ ଧରଣର ରେଡ୍, ଲକ୍ଷ ଲକ୍ଷ ଲିଟର ଦେଶୀ ମଦ ଜବତ

ଏହା ବି ପଢନ୍ତୁ...ଘରେ ଅଚାନକ ରେଡ୍ କଲା ପୋଲିସ, ବ୍ରାଉନସୁଗର ସହ ପୁଳା ପୁଳା ଟଙ୍କା ଜବତ

ଏହା ବି ପଢନ୍ତୁ...ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା, ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ CBI

କ'ଣ ରହିଛି ସମ୍ପତ୍ତି?

ନିରଞ୍ଜନଙ୍କ ଭାଇଙ୍କର ଏକ ଖଣି କମ୍ପାନୀ ରହିଥିବାବେଳେ ତାଙ୍କ ପୁଅ ମାନଙ୍କର ବିଭିନ୍ନ ନାମୀ ଦାମୀ ଗାଡିର ସୋରୁମ ମଧ୍ୟ ରହିଛି । ଏହାସହ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ରହିଛି । ତେବେ ଇଡି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟରେ କେଉଁ କାରଣରୁ ଆର୍ଥିକ କାରବାର ନେଇ ଖୋଳତାଡ କରୁଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଖୁବଶୀଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.