ETV Bharat / state

ଜାନୁଆରୀ 28ରେ ମାଘ ସପ୍ତମୀ ବୁଡ, ପ୍ରସ୍ତୁତି ବୈଠକ କଲା ପୁରୀ ଜିଲ୍ଲା ପ୍ରଶାସନ

author img

By

Published : Dec 25, 2022, 11:49 AM IST

ମାଘ ବୁଡ଼ ପାଇଁ ପ୍ରଶାସନର ପ୍ରସ୍ତୁତି । 28 ତାରିଖରେ ମାଘ ସପ୍ତମୀରେ ମାଘମେଳା ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

preparation meeting for Mgha mela
ମାଘ ବୁଡ଼ ପାଇଁ ପ୍ରସ୍ତୁତି ବୈଠକ
ମାଘ ବୁଡ଼ ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ଚଳିତ ବର୍ଷ ଚନ୍ଦ୍ରଭାଗା ମାଘ ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ 28 ତାରିଖରେ ମାଘ ସପ୍ତମୀରେ ମାଘମେଳା ଅନୁଷ୍ଠିତ ହେବ । ଏନେଇ ଚନ୍ଦ୍ରଭାଗା ଠାରେ ହଜାର ହଜାର ଭକ୍ତମାନଙ୍କର ଆଗମନ ହେବ । ତେବେ କିଭଳି ସୁରକ୍ଷିତ ଭାବେ ଏହି ମେଳା ଅନୁଷ୍ଠିତ ହେବ ତାକୁ ନେଇ ଚାଲିଛି ପ୍ରସ୍ତୁତି ।

ଏହି କ୍ରମରେ କ୍ରୀଡା, ଯୁବବ୍ୟପାର ଓ ଗୃହମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସମେତ ପୁରୀ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କୋଣାର୍କ NAC ଅଧ୍ୟକ୍ଷା, ଗୋପ ତହସିଲଦାର ଓ ବିଡିଓ ଉପସ୍ଥିତିରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ଭକ୍ତଙ୍କୁ ମାଘ ମେଳା ଆସିବା ନେଇ କଟକଣା ରହିଥିଲା ।

ହେଲେ ଚଳିତ ବର୍ଷ କୋଭିଡ୍ ସ୍ଥିତି ଠିକ ଥିବାରୁ ଦେଶ, ବିଦେଶରୁ ଲକ୍ଷାଧିକ ଭକ୍ତ ଆଗମନ ଆଶା କରାଯାଉଛି । ମାଘ ମେଳାକୁ ଶୃଙ୍ଖଳିତ ଢଙ୍ଗରେ ଆୟୋଜନ ପାଇଁ କଡାକଡି ସୁରକ୍ଷା, ଗମନାଗମନ, ମାଘ ପଡିଆରେ ଅଲୋକିକରଣ, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ନିର୍ମାଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତମାନେ ଚନ୍ଦ୍ରଭାଗାରେ ବୁଡ ପକାଇବା ସହ ସୂର୍ଯ୍ୟ ଦର୍ଶନ କରି ଫେରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହେବାର ଆୟୋଜନ ରହିଛି । ତିନି ଠାକୁର ଇଶାନେଶ୍ବର, ଦକ୍ଷିଣେଶ୍ବର, ତ୍ରୀବେଣୀଶ୍ବର କିପରି ଆସି ପୂଜାର୍ଚ୍ଚନା ସହ ଚନ୍ଦ୍ରଭାଗା ବୁଡ ପକାଇବେ, ଭକ୍ତମାନେ ମଧ୍ୟ ବୁଡ ପକାଇ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ ସେଥିପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏଥିରେ ୧୦ ପ୍ଲାଟୁନ୍ ପୋଲିସ, ୮ ଜଣ IIC, 4 ଜଣ DSPଙ୍କ ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବେ । ଏନେଇ ଗତକାଲି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି । ବୁଡ଼ ପକାଯାଉଥିବା ପବିତ୍ର ପୁଷ୍କରିଣୀ ଖନନ ଓ ସଫେଇ ନେଇ ଆଲୋଚନା କରାଯାଇଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ସଫେଇ ମଧ୍ୟ ଆରମ୍ଭ ହୋଇନାହିଁ ।

ଏ ସମ୍ପର୍କରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ''ପ୍ରତ୍ୟେକ ବର୍ଷରେ ଯେଉଁ ମାଘ ସପ୍ତମୀରେ ମାଘ ବୁଡ଼ ହୁଏ ସେଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ତେଣୁ ଏଥର ଏଥିପ୍ରତି ଦୃଷ୍ଟି ରଖାଯାଇଛି । କିପରି ଟ୍ରାଫିକ ବ୍ୟବସ୍ଥାରେ କୌଣସି ସମସ୍ୟା ନଉପୁଜେ । ସେହିପରି ଚନ୍ଦ୍ରଭାଗା ପୁଷ୍କରଣୀ ଖନନ ଏବଂ ପରିଷ୍କାର ରଖିବା ନେଇ ଆଲୋଚନା ହୋଇଛି।''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.