ETV Bharat / state

ଲାଗିଲା ଜଗାର ଡୋରି, ଅନ୍ଧ ଭକ୍ତକୁ ଅଟକାଇଲାନି ପ୍ରତିବନ୍ଧକ

author img

By

Published : Mar 18, 2021, 6:20 PM IST

କାଳିଆ ପ୍ରେମରେ ଅନ୍ଧଭକ୍ତ । ଚର୍ମ ଚକ୍ଷୁରେ ନୋହିଲା ହେଲେ ହୃଦୟ ଚକ୍ଷୁରେ କଲା ଚକାନୟନ ଦର୍ଶନ। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ । ଜଣେ ଦୃଷ୍ଟିହୀନ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ ବଳାଇ ପୁରୀ ଆସିବା ସହ ଦର୍ଶନ କରି ଯାଇଛନ୍ତି । ଅଧିକ ପଢନ୍ତୁ...

ଲାଗିଲା ଜଗାର ଡୋରି, ଅନ୍ଧ ଭକ୍ତକୁ ଅଟକାଇଲାନି ପ୍ରତିବନ୍ଧକ
ଲାଗିଲା ଜଗାର ଡୋରି, ଅନ୍ଧ ଭକ୍ତକୁ ଅଟକାଇଲାନି ପ୍ରତିବନ୍ଧକ

ପୁରୀ: ଜଗାର ଡାକରା ଆସିଲେ କେହି ବି ଅଟକାଇ ପାରିବେ ନାହିଁ । ଯେତେ ବାଧାବିଘ୍ନ, କଷ୍ଟ ଥିଲେ ମଧ୍ୟ କାଳିଆ ସାଆନ୍ତ ଚାହିଁଲେ ସବୁ ସମ୍ଭବ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ । ଜଣେ ଦୃଷ୍ଟିହୀନ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ ବଳାଇ ପୁରୀ ଆସିଥିଲେ। କିନ୍ତୁ ତାଙ୍କ ପର୍ସରୁ ଟଙ୍କା ଚୋରି ହୋଇଯାଇଥିବାରୁ କେମିତି ଜଗା ଦର୍ଶନ କରିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ତାଙ୍କ ଇଚ୍ଛା ପୂର୍ଣ୍ଣ ହୋଇଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଦୃଷ୍ଟିହୀନ ଅନୀଲ ବେହେରା ପୂର୍ବରୁ ଭକ୍ତିଭାବର ସହ ୩-୪ ଥର ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କିନ୍ତୁ କରୋନା ମହାମାରୀ ପାଇଁ ଇଛା କରିଥିଲେ ବି ପୁରୀ ଆସିପାରିନଥିଲେ।

ଗତକାଲି ରାତିରେ ସେ ଘରୁ ବାହାରି ବସ ଯୋଗେ ଭୁବନେଶ୍ବର ବରମୁଣ୍ଡା ଵସଷ୍ଟାଣ୍ଡରେ ପହଞ୍ଚିଥିଲେ। କିନ୍ତୁ ଓହ୍ଲାଇବା ପରେ ତାଙ୍କ ପର୍ସରୁ ୫୦୦ ଟଙ୍କା ଚୋରି ହୋଇଯାଇଥିବା ଜାଣିବାକୁ ପାଇଲେ । କାକୁତିମିନତି ହେବା ପରେ ଲୋକେ ଟିକେଟ କରି ତାଙ୍କୁ ପୁରୀ ବସରେ ବସାଇଥିଲେ ।

ଶ୍ରୀମନ୍ଦିରରେ ପହଁଞ୍ଚିବା ପରେ ସେବାୟତ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଚର୍ମ ଚକ୍ଷୁରେ ନହେଲେ ମଧ୍ୟ ଭାବ ଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଥିଲେ ଅନିଲ୍ । ତେବେ ଦର୍ଶନ ପରେ ଘର ପାଇଁ ଭୋଗ ନେବାକୁ ମନ ବଳାଇଥିଲେ।

ଦୁଇଜଣ ସେବାୟତ ତାଙ୍କୁ ଭୋଗ କିଣାଇଦେବା ସହ ୨୦୦ ଟଙ୍କା ମଧ୍ୟ ଦେଇଥିଲେ। ଏସବୁ ପରେ ଆତ୍ମହରା ହୋଇପଡ଼ିଥିଲେ ଦୃଷ୍ଟିହୀନ ଅନୀଲ। ମହାପ୍ରଭୁ ଭକ୍ତର ମନୋବାଞ୍ଛା ପୂରଣ କରିଥାନ୍ତି। କେତେବେଳେ କେଉଁ ରୂପରେ ଆସି ନିଜ ପ୍ରିୟ ଭକ୍ତଙ୍କୁ ସାହାଯ୍ୟ କରିଥାନ୍ତି ତାହା ଆଜି ପ୍ରମାଣିତ ହୋଇଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.