ETV Bharat / state

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ କଲେ ଲକ୍ଷାଧିକ ଭକ୍ତ

author img

By ETV Bharat Odisha Team

Published : Nov 26, 2023, 4:03 PM IST

Updated : Nov 26, 2023, 4:19 PM IST

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଇଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରେ ଜମିଛି ପ୍ରବଳ ଭକ୍ତଙ୍କ ସମାଗମ । ଅଧିକ ପଢନ୍ତୁ

Lakshmi Nrushingha Besha
Lakshmi Nrushingha Besha
କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ: ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ଆନନ୍ଦିତ ହୋଇଛନ୍ତି । ତେବେ ଭିଡକୁ ଦୃଷ୍ଟିରେ ରଖାଯାଇ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ବସି ବିଷ୍ଣୁ ସହସ୍ରନାମ, ଗୀତା, ଭାଗବତ ଆଦି ପଠନ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି ।

ପ୍ରବଳ ଭିଡ ଯୋଗୁଁ ପର୍ଯ୍ୟାୟ କ୍ରମେ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଇଛି । ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ ନାହିଁ । ସାରା ରାତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ଆସନ୍ତାକାଲି ଦିନ ୮ଟା ସୁଦ୍ଧା ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ରାତିରେ ମଧ୍ୟ ଶ୍ରୀମନ୍ଦିର ଖୋଲା ହେବାକୁ ନିଷ୍ପତ୍ତି ହୋଇଥିବାରୁ ଭକ୍ତମାନେ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଏହା ବି ପଢନ୍ତୁ- ପଞ୍ଚୁକ ଚତୁର୍ଦ୍ଦଶୀ ତିଥି, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ୧ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଏଣୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହେଇଛି । ନୀତିକାନ୍ତି ସହ ଧୂପନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଛି ।

ବୟସ୍କ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ସହାୟତା ପାଇଁ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି । ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ସବୁ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ପଞ୍ଚୁକରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ବ୍ୟପାକ ବ୍ୟବସ୍ଥା ହୋଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଭକ୍ତଙ୍କ ମତାମତ ନିଆଯାଇ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି । ଭକ୍ତଙ୍କ ସହାୟତା ପାଇଁ ପୁରୀ ପୋଲିସ ପକ୍ଷରୁ ହୋଇଥବା ସ୍ଵେଚ୍ଛାସେବୀ ବାହିନୀ ଯୁବ ବାହିନୀକୁ କାର୍ଯ୍ୟରେ ଲଗାଯାଇଛି । ତେବେ ରବିବାର ସହିତ କାର୍ତ୍ତିକ ପୂର୍ଣ୍ଣିମା ରହିଛି । ଏଣୁ ପ୍ରବଳ ଭକ୍ତଙ୍କ ସମାଗମ ଆଶଙ୍କା ରହିଛି ।

ଏହା ବି ପଢନ୍ତୁ- ପଞ୍ଚୁକର ତ୍ରୟୋଦଶୀ ତିଥି: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ବାରିକେଡକୁ ବଡ ଦାଣ୍ଡର ମାର୍କେଟ ଛକ ଯାଏଁ ବର୍ଦ୍ଧିତ କରାଯାଇଛି । ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ରହିଛି । ଏଥି ପାଇଁ ସ୍ଵତନ୍ତ୍ର ଭାବେ ଅଫିସରମାନଙ୍କୁ ମୁତୟନ କରାଯାଇଛି । ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ରହୁଥିବାରୁ ଟ୍ରାଫିକ ରେଗୁଲେସନ ସହ ସୁରକ୍ଷା ପାଇଁ ପାଟ୍ରୋଲିଂ ହେଉଛି । ପୁରୀକୁ ଆସିଥିବା ଭକ୍ତ, ପର୍ଯ୍ୟଟକଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ତେବେ ସମୁଦ୍ର କୂଳରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦୃଷ୍ଟିରୁ ରାସ୍ତାରେ ଗାଡ଼ି ପାର୍କିଂ ପାଇଁ ଅନୁମତି ଦିଆଯିବ ନାହିଁ । ନିର୍ଦ୍ଦିଷ୍ଟ ପାର୍କିଂରେ ଲୋକେ ଗାଡି ରଖିବେ । ଅତ୍ୟଧିକ ଲୋକମାନେ ଜମା ହେଲେ ଲୋକଙ୍କୁ କିଭଳି ନିୟନ୍ତ୍ରଣ କରିବେ ସେ ନେଇ ପୋଲିସ ଟିମ ରହିବ। ଅଗ୍ନିଶମ ବାହିନୀ ମଧ୍ୟ ରହିବ।

ଇଟିଭି ଭାରତ, ପୁରୀ

Last Updated : Nov 26, 2023, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.