ETV Bharat / state

ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ - ନୁଆ ବର୍ଷ

Devotees Crowd in srimandir: ନୂଆ ବର୍ଷରେ ଶ୍ରୀମନ୍ଦଜିରରେ ଭକ୍ତଙ୍କ ପାଇଁ ନୂଆ ନିୟମ । ଶାଳୀନତା ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବାକୁ ଭକ୍ତଙ୍କୁ ନିର୍ଦ୍ଦେଶ । ନୂଆ ବର୍ଷରେ ଜଗାକୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ନୂଆ ନିୟମ
new rule in shree mandir
author img

By ETV Bharat Odisha Team

Published : Jan 1, 2024, 1:10 PM IST

Updated : Jan 1, 2024, 1:25 PM IST

ଶ୍ରୀମନ୍ଦିରରେ ନୂଆ ନିୟମ

ପୁରୀ: ନବବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି । ଜଗାକୁ ଦର୍ଶନ କରିବାକୁ ଆତୁର ଭକ୍ତ । କାଳିଆର ସେ ଆଖିକୁ ଦେଖି ବର୍ଷର ଆରମ୍ଭ କରିଛନ୍ତି ଭକ୍ତ । ଧାଡିରେ ଛିଡା ହୋଇ ଜଗାକୁ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି ଲକ୍ଷାଧିକ ଭକ୍ତ । ଆଗାମୀ ଦିନ କିପରି ଭଲରେ କଟିବ ଓ ପରିବାରରେ ସୁଃଖ ସମୃଦ୍ଧି ବଜାୟ ରହିବ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ଶ୍ରୀମନ୍ଦିରରେ ଆଜିଠାରୁ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିରକୁ ଶାଳୀନତା ପୋଷାକ ପିନ୍ଧି ଆସିବାକୁ କୁହାଯାଉଛି । ଛୋଟ ଡ୍ରେସ, ଚିରା ଫଟା ଡିଜାଇନ୍ ଡ୍ରେସ, ଶରୀର ଦେଖା ଯାଉଥିବା ଡ୍ରେସ୍‌ ଉପରେ କଟକଣା ଲାଗିଛି । ଯଦି ଏପରି ପୋଷାକ କେହି ପିନ୍ଧିକି ମନ୍ଦିର ଯାଆନ୍ତି ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇ ଦିଆଯିବ ନାହିଁ । ଶ୍ରୀ ମନ୍ଦିର ଭିତରେ ପାନ, ଗୁଟଖା ଖାଇବା ଓ ପଲିଥିନ ବ୍ୟବହାର ଉପରେ ମଧ୍ୟ ଆଜି ଠାରୁ କଟକଣା ଲାଗିଛି।

ଭିଡକୁ ନିୟନ୍ତ୍ରଣ କରିବାକୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରବିବାର ମହାପ୍ରଭୁଙ୍କ ପହୁଡ଼ ନୀତି ସହଳ କରାଯାଇ ରାତ୍ର 12ଟା 50ରେ ଦ୍ୱାର ଫିଟା ନୀତି କରାଯାଇଥିଲା। ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତ୍ର 1ଟା 30ରୁ ଦର୍ଶନ ଆରମ୍ଭ ହୋଇଥଲା । ନବ ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ରାତି 12ଟାରୁ ସିଂହଦ୍ୱାର ବ୍ୟାରିକେଡରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ତେବେ ଦର୍ଶନ ଆରମ୍ଭ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହୋଇଥିଲ ଭକ୍ତ । ଆଜି ବିଳମ୍ୱିତ ରାତି ଯାଏଁ ଦର୍ଶନ ଜାରି ରହିବ।

ଏହା ମଧ୍ୟ ପଢନ୍ତୁ-ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ , ଧୋତି ପିନ୍ଧାଇଲେ ସେବାୟତ

ନବ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ୍ ଖୁସି । ଚଳିତ ବର୍ଷ ବିଶ୍ଵବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍ ବୋଲି ସେବାୟତ କହିଛନ୍ତି। ସେପଟେ ଭକ୍ତ ମାନେ ଶୃଙ୍ଖଳିତ ଭାବରେ ଦର୍ଶନ କରୁଛନ୍ତି। ବ୍ୟସ୍ତ ବିବ୍ରତ ନହୋଇ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଉଚିତ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି। ଭକ୍ତଙ୍କ ପାଇଁ ନୂଆ ଏସି ସେଡ୍‌କୁ ଖୋଲାଯାଇଛି । ଯାହାକି ଭକ୍ତଙ୍କୁ ଏକ ନିଆରା ଅନୁଭୂତି ଦେଇଛି । ଶାନ୍ତି ଶୃଙ୍ଖଳା ପାଇଁ 82 ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଡ୍ୟୁଟିରେ ଅଛନ୍ତି ।

ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଭକ୍ତ ମାନେ କିଭଳି ଭଲରେ ମହାପ୍ରଭୁ ଙ୍କ ଦର୍ଶନ ପାଇବେ ତାହା ପୋଲିସର ପ୍ରମୁଖ କାର୍ଯ୍ଯ ବୋଲି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଥିବାରୁ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀମନ୍ଦିରେ ପ୍ରବେଶ କରୁଛନ୍ତି ଭକ୍ତ ।

ଇଟିଭି ଭାରତ, ପୁରୀ

Last Updated : Jan 1, 2024, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.