ETV Bharat / state

ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢାଦରରେ ଅଭଡା କିଣି ଅତିଷ୍ଠ ଶ୍ରଦ୍ଧାଳୁ - ଶ୍ରୀମନ୍ଦିରରେ ଚଢ଼ାଦର ଅଭଡ଼ା ସମସ୍ୟା

କାର୍ତ୍ତିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼ । ମହାପ୍ରସାଦ ପାଇ ମହାପୂଣ୍ୟ ଅର୍ଜନ କରିବେ ବୋଲି ଶ୍ରଦ୍ଧାଳୁଙ୍କ ଆଶା । ହେଲେ ଏଠାରେ କିଛି ଅଣସେବାୟତଙ୍କ ଯୋଗୁଁ ଶ୍ରଦ୍ଧାଳୁ ଅଭଡ଼ା ପାଇବାରୁ ବଞ୍ଚିତ (devotees buying Abhada in a hiked price) । ଅଧିକ ପଢ଼ନ୍ତୁ

devotees buying Abhada in a hiked price due to no rate chart in Anand Bazar in Shri Mandir
ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢ଼ାଦରରେ ଅଭଡ଼ା କିଣି ଅତିଷ୍ଠ ଶ୍ରଦ୍ଧାଳୁ
author img

By

Published : Oct 20, 2022, 8:59 PM IST

ପୁରୀ: ମହାଧାର୍ମିକ କାର୍ତ୍ତିକ ମାସରେ ଶ୍ରୀମନ୍ଦରରେ ଶୋଷଣର ଶିକାର ହେଉଛନ୍ତି ଭକ୍ତବୃନ୍ଦ । ଅବଢ଼ା ବିକ୍ରିକୁ ନେଇ ଅଣସେବାୟତ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ଚଢ଼ାଦରରେ ଅଭଡ଼ା ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅବଢ଼ା ମୂଲ୍ୟର ପ୍ରାୟ ତିନି ଗୁଣା ଅଧିକ ଦରରେ ଭକ୍ତଙ୍କୁ ବିକ୍ରି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ କିଛି ସେବାୟତଙ୍କ ଜାଣତରେ ଏସବୁ ହେଉଥିବା ଅଭିଯୋଗ ହେଲାଣି । ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ପଚାରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ।

ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢ଼ାଦରରେ ଅଭଡ଼ା କିଣି ଅତିଷ୍ଠ ଶ୍ରଦ୍ଧାଳୁ

ଚଢ଼ାଦର ଅଭଡ଼ାରେ ଅତିଷ୍ଠ ଶ୍ରଦ୍ଧାଳୁ

ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି । ଏହି ସମୟରେ ମହାପ୍ରସାଦ ପାଇବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ହେଲେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଚଢ଼ାମୂଲ୍ୟରେ ଅଭଡ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହାକୁ ରୋକିବାକୁ କାର୍ତ୍ତିକ ମାସ ପୂର୍ବରୁ ମନ୍ଦିର ପ୍ରଶାସନର ଏକ ବୈଠକ ହୋଇଥିଲା । ବୈଠକରେ ପୋଲିସ, ସେବାୟତ, ଆନନ୍ଦ ବଜାରର ସେବାୟତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ କିଭଳି ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିବେନି ସେନେଇ ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ବାସ୍ତବ ଚିତ୍ର କିଛି ଅଲଗା କଥା କହୁଛି ।

ଏହାକୁ ନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ଦୂରଦୁରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇବାକୁ ଆସୁଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ପ୍ରସାଦ ଟିକିଏ ପାଇବା ପାଇଁ ନାନା ସମସ୍ୟାରେ ପଡ଼ୁଛନ୍ତି । ଅଧିକ ମୂଲ୍ୟରେ ଅଭଡ଼ା ମିଳୁଥିବାରୁ ଅଧିକାଂଶ ପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ଯଦି ରେଟଚାର୍ଟ ଲାଗନ୍ତା ତେବେ ଶ୍ରଦ୍ଧାଳୁ ଜାଣି ପାରନ୍ତେ କେଉଁଟା କେତେ ଦର । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସମସ୍ୟା ଭୋଗୁଛନ୍ତି ଶ୍ରଦ୍ଧାଳୁ ।"

ସବୁ ଜାଣି ପ୍ରଶାସନ ଚୁପ୍‌ !

ଶ୍ରୀମନ୍ଦିରରେ ସମସ୍ତ ସୁବିଧା ଓ ବ୍ୟବସ୍ଥା କରାଯାଉଥିବା କହି ବାଃ ବାଃ ନେଉଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଅଭଡ଼ା ଚଢ଼ାଦରରେ ବିକ୍ରି ହେଉଥିବା ଜାଣି ମଧ୍ୟ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ମହାପ୍ରସାଦ ବିକ୍ରି କରୁଥିବା କିଛି ସେବାୟତ ମିଳିମିଶି ଅଭଡ଼ା ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି ? ଆନନ୍ଦ ବଜାର ବାହାରେ ମହାପ୍ରସାଦ ବିକ୍ରି ନେଇ କିଏ ଅନୁମତି ଦେଇଛି ? ଏତେ ମାତ୍ରାରେ ସିସିଟିଭି, ଜେଟିପି ଓ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରେହୁଛନ୍ତି, ହେଲେ ଦଲାଲମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ କାହିଁକି ? ମହାପ୍ରସାଦକୁ ନେଇ ଏଭଳି ଦଲାଲି ଏବଂ କମିଶିନ୍ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, "ଏ ବାବଦରେ ଆମେ ଅନେକ ଥର ଆଲୋଚନା କରିଛୁ । ଆମେ ଜାଣିଛୁ ଯେ ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି । ଦାରଚାର୍ଟ ମରାଯିବା ଦରକାର । ଦଲାଲମାନେ ଯେଉଁ ବିଶୃଙ୍ଖଳା କରୁଛନ୍ତି ସେଥିପାଇଁ ସ୍ବତନ୍ତ୍ର ୧୦ଟି ସ୍କ୍ବାଡ ବ୍ୟବସ୍ଥା କରାଯାଉଛି । ସେମାନେ ଅଣସେବାୟତ ତଥା ଦଲାଲଙ୍କ ବିରୁଦ୍ଧରେ ରିପୋର୍ଟ ଦେବେ । ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।"

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା

୨୦୧୮ରେ ଅଭଡ଼ା ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ମାମଲା ପହଞ୍ଚିଥିଲା । ସେହି ସମୟରେ ଆନନ୍ଦ ବଜାରରେ ରେଟଚାର୍ଟ ବା ଦର ତାଲିକା ମାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଯାଏଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରତି ଗୁରୁତ୍ବ ଦିଆଗଲା ନାହିଁ । ସେପଟେ ସୁଆର ମହାସୁଆର ନିଯୋଗ କହୁଛନ୍ତି ଆଗରୁ ଚାର୍ଟ ଲାଗିଥିଲା, ଏବେ ବାହାରି ପଡ଼ିଛି ।

ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ବୈଠକ

ଆନନ୍ଦ ବଜାରରେ ଶୃଙ୍ଖଳିତ ମହାପ୍ରସାଦ ବିକ୍ରି ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଥର ଆଲୋଚନା ହୋଇଛି । ଏପରିକି ମହାପ୍ରସାଦ ବିକ୍ରିକୁ ନେଇ ଏକ ଦର ତାଲିକା ଆନନ୍ଦ ବଜାରରେ ମରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପ୍ରଶାସନ ଉପରେ କାହାର ଏଭଳି ଚାପ ରହିଛି ଯାହାଫଳରେ ଆଜି ପର୍ଯ୍ୟନ୍ତ ଆନନ୍ଦ ବଜାରରେ ଦର ତାଲିକା ଲାଗି ପାରୁନାହିଁ । ଭକ୍ତଙ୍କ ସ୍ବାର୍ଥକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହାକୁ ନେଇ ପୁରୀ ଏସ୍‌ପି ଡଃ କନୱର ବିଶାଳ ସିଂ କହିଛନ୍ତି, "ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସବୁକିଛି ସଠିକ ଢଙ୍ଗରେ ଚାଲିଛି । କେତେକ ଛୋଟ ସମସ୍ୟା ରହିଛି ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ମନ୍ଦିରରେ ଭକ୍ତ କିଭଳି ସୁବିଧାରେ ଅଭଡ଼ା ପାଇବେ ସେଥିପାଇଁ ପ୍ରୟାସ ଜାରି ରହିଛି ।"

ଏହାକୁ ନେଇ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦର ଉପ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, "କାର୍ତ୍ତିକ ମାସ ହୋଇଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ଏବେ ଅଭଡ଼ାର ଡିମାଣ୍ଡ ଅଧିକ ରହିଛି । ଏହାକୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ ମହାପ୍ରସାଦ ବିକ୍ରି ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । ସୁଆର ମହାସୁଆର ସେବାୟତଙ୍କୁ ଆଇ-କାର୍ଡ ଦିଆଯିବ । କୌଣସି ଅଣସେବାୟତ ଯେଭଳି ଆନନ୍ଦ ବଜାର ପ୍ରବେଶ କରିବେନି କିମ୍ବା କୌଣସି ଶ୍ରଦ୍ଧାଳୁଙ୍କୁ ସମସ୍ୟାରେ ପକାଇବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବେ । ଏଥିପାଇଁ ମହାସୁଆର ନିଯୋଗଙ୍କ ମଧ୍ୟରେ ଭଲ୍ୟୁଣ୍ଟର ବଛାଯିବ । ସେମାନେ ଏସବୁର ତଦାରଖ କରିବେ । କାର୍ତ୍ତିକ ମାସ ପରେ ଏସବୁ କାର୍ଯ୍ୟକାରୀ ହେବ । ଯେଉଁମାନେ ଚଢ଼ାଦରରେ ଏବେ ଅଭଡ଼ା ବିକ୍ରି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ମହାପ୍ରସାଦ ବିକ୍ରି ନେଇ ଭକ୍ତଙ୍କୁ ଶୋଷଣ କରାଯାଉଥିବା ଘଟଣାକୁ ନେଇ ସୁଆର ମହାସୁଆର ନିଯୋଗ ଉଦବେଗ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ଏଦିଗରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.