ପୁରୀ: ମହାମାରୀ କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ମନା । ମାର୍ଚ୍ଚ 20ରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି । ଆସନ୍ତା ଏପ୍ରିଲ 1 ତାରିଖ ଯାଏଁ ଏହି କଟକଣା ରହିବ । ଉଭୟ ଭକ୍ତ ଓ ସେବାୟତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଅନ୍ୟପଟେ କିନ୍ତୁ କିଛି ଜଗନ୍ନାଥ ପ୍ରେମୀ ତଥା ଭକ୍ତ ଏବଂ ପୁରୀ ବସିନ୍ଦା ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଭକ୍ତ ଓ ଭଗବାନ ଭିତରେ ଅଯଥାରେ ପ୍ରଶାସନ ପାଚେରୀ ଛିଡା କରୁଥିବା ଭକ୍ତ କହିଛନ୍ତି । ଏପରିକି କିଛି ଭକ୍ତ କହିଛନ୍ତି ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ନକରି ସକାଳେ ଓ ସନ୍ଧ୍ୟାରେ କିଛି ସମୟ ପାଇଁ ଦର୍ଶନ ବ୍ୟବସ୍ଥା ରହିବା ଉଚିତ ।
ମହାପ୍ରଭୁଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ଭକ୍ତଙ୍କୁ ଗଭୀର ଦୁଃଖ ଦେଇ ଥିବାବେଳେ ସରକାର ନିଷ୍ପତ୍ତିର ପୁନର୍ବିଚର କରିବାକୁ ଦାବି କରିଛନ୍ତି କେତେକ ଭକ୍ତ ଓ ପୁରୀ ବସିନ୍ଦା । ତେବେ କୋରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ଭିତରେ ବିଭିନ୍ନ କଟକଣାକୁ ସ୍ବାଗତ କରିଛନ୍ତି କିଛି ଭକ୍ତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ