ETV Bharat / state

ପଞ୍ଚାୟତରାଜ ବ୍ୟବସ୍ଥାକୁ ସୃଦୃଢ଼ କରିବାକୁ ପୁରୀରେ ବୈଠକ

ପଞ୍ଚାୟତରାଜ ବ୍ୟବସ୍ଥା କୁ ସୃଦୃଢ଼ କରିବାକୁ ପଞ୍ଚାୟତ ରେ ସମିତି ସଭ୍ୟ ଙ୍କୁ କ୍ଷମତା ଦେବାକୁ ପୁରୀ ଜିଲ୍ଲା ସମିତି ସଭ୍ୟ ଦାବୀ ପତ୍ର । ଅଧିକ ପଢ଼ନ୍ତୁ

ତଳ ସ୍ତରରେ ସୁଦୃଢ ପଞ୍ଚାୟତିରାଜ ବ୍ୟବସ୍ଥା
ତଳ ସ୍ତରରେ ସୁଦୃଢ ପଞ୍ଚାୟତିରାଜ ବ୍ୟବସ୍ଥା
author img

By

Published : Feb 5, 2023, 10:35 PM IST

ତଳ ସ୍ତରରେ ସୁଦୃଢ ପଞ୍ଚାୟତିରାଜ ବ୍ୟବସ୍ଥା

ପୁରୀ: ପୁରୀ ସଂସ୍କୃତି ଭବନରେ ଜିଲ୍ଲାର ସମିତି ସଭ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ତଳ ସ୍ତରରେ ସୁଦୃଢ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାକୁ ଉନ୍ନତି କରବା ପୂର୍ବରୁ ପଞ୍ଚାୟତିରାଜ ବ୍ୟବସ୍ଥା ଭିତ୍ତିଭୁମୀ ଦରକାର । ତେଣୁ ଜିଲ୍ଲାର ସମିତି ସଭ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୃଦୃଢ଼ କରିବା ପାଇଁ ସମିତି ସଭ୍ୟ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଜଷ୍ଟିସ ଜେପି ଦାସଙ୍କ ସହ ଆଲୋଚନା କରି ଫେରିଲେ

ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାର ସମିତି ସଭ୍ୟମାନେ ୧୧ଟି ଦାବି ଉପସ୍ଥାପନ କରିଥିଲେ । ଏହି ଦାବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏବେକାର ପଞ୍ଚାୟତରାଜ୍ ବ୍ୟବସ୍ଥାରେ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଭୂମିକା ଏବଂ କ୍ଷମତା ଅଧିକ ରହିଛି । ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ଅନୁମୋଦନ ନେଇ ସମସ୍ତ କାର୍ଯ୍ୟ ହେଉଛି । ହେଲେ ଭୋଟରମାନଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହୋଇଥିବା ସମିତି ସଭ୍ୟଙ୍କ ଭୂମିକା ପଞ୍ଚାୟତ ସ୍ତରରେ ଅତ୍ୟନ୍ତ ଗୌଣ ରହିଛି । ‌ଏଣୁ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇ ଦେବାରେ ସମିତି ସଭ୍ୟମାନେ ସଫଳ ହୋଇପାରୁନଥିବା ବୈଠକରେ ମତପ୍ରକାଶ ପାଇଛି । ଏଣୁ ରାଜ୍ୟ ସରକାର ପଞ୍ଚାୟତିରାଜ ନିୟମରେ ପରିବର୍ତ୍ତନ କରି ସମିତି ସଭ୍ୟ ମାନଙ୍କୁ ସରପଞ୍ଚଙ୍କ ଭଳି କ୍ଷମତା ପ୍ରଦାନ କରିବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶ ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ ବୋଝେଇ ଟ୍ରକ, ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୈଠକରେ ନିଷ୍ପତ୍ତି ଅନୁଯାୟୀ ସରକାର ସମିତି ସଭ୍ୟମାନଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କାର ଲ୍ୟାଡ୍ ବ୍ୟବସ୍ଥା, ପ୍ରତି ଗ୍ରାମପଞ୍ଚାୟତର ମାସିକ ବୈଠକରେ ସମିତି ସଭ୍ୟଙ୍କର ଯୁଗ୍ମ ସ୍ବାକ୍ଷର ରହିବା । ସରପଞ୍ଚଙ୍କ ଭଳି ସମସ୍ତ ସରକାରୀ ପ୍ରମାଣ ପତ୍ରରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବା, ଅବସରକାଳୀନ ଭତ୍ତା ୧୦ ହଜାର ଟଙ୍କା, ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଏବଂ ମାସିକ ୩୦ ହଜାର ଟଙ୍କା ଦେୟ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ସଂସ୍କୃତି ଭବନରେ ଆୟୋଜିତ ଏହି ବୈଠକରେ ସତ୍ୟବାଦୀ ବ୍ଲକର ଅଧ୍ୟକ୍ଷ ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ସବୁ ଦଳର ସମିତି ସଭ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.