ETV Bharat / state

ରାତି ଅନିଦ୍ରା ହେଲେ ମହାପ୍ରଭୁ, ନୀତି ବିଳମ୍ବ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ

author img

By

Published : May 17, 2023, 8:19 PM IST

ଜଳକ୍ରୀଡା ଏକାଦଶୀରେ ନୀତିରେ ବିଳମ୍ବ ଯୋଗୁଁ ରାତି ଅନିଦ୍ରା ରହିଲେ ମହାପ୍ରଭୁ। ଭକ୍ତ ମହଲରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

ରାତି ଅନିଦ୍ରା ହେଲେ ମହାପ୍ରଭୁ
ରାତି ଅନିଦ୍ରା ହେଲେ ମହାପ୍ରଭୁ
ନୀତି ବିଳମ୍ବ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ

ପୁରୀ: ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଗତ ସୋମବାର ଥିଲା ଜଳକ୍ରୀଡା ଏକାଦଶୀ । ଏନେଇ ନୀତିରେ ବିଳମ୍ବ ଯୋଗୁଁ ରାତି ଅନିଦ୍ରା ରହିଲେ ମହାପ୍ରଭୁ । ସଂଧ୍ୟାର ନୀତି ବିଳମ୍ବିତ ରାତିରେ ଶେଷ ହୋଇଛି । ଫଳରେ ରାତ୍ର ପହୁଡ଼ ଓ ଦ୍ୱାରଫିଟା ନୀତି ବିନା ଦୈନନ୍ଦିନ କାମ ଆରମ୍ଭ ହୋଇଥିଲା । ଏଭଳି ନୀତି ବିଳମ୍ବ ଓ ମହାପ୍ରଭୁ ରାତି ଅନିଦ୍ରା ରହିବାକୁ ନେଇ ଜଗନ୍ନାଥ ପ୍ରେମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ସେବାରେ ମାଳ ମାଳ ସେବାୟତ ଓ ପ୍ରଶାସନିକ ଅଧିକାରୀ ନିଯୁକ୍ତ ହୋଇ ଥିବା ବେଳେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ସାରା ରାତି ଅନିଦ୍ରା ରହିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି। ଜଗନ୍ନାଥ ପ୍ରେମୀ ଦିଲ୍ଲୀପ ବରାଳ ଏହି ଘଟଣା କୁ ନେଇ ସିଧାସଳଖ ଶ୍ରୀ ମନ୍ଦିର ପ୍ରଶାସନ ର ଅବହେଳାକୁ ଦାୟୀ କରିଛନ୍ତି ।

ତେବେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ଜଣେ ନୀତି ପ୍ରଶାସକ ନିଯୁକ୍ତ ଥିବା ବେଳେ ସଠିକ ଦାୟିତ୍ଵ ତୁଲାଉ ନଥିବା ଅଭିଯୋଗ ହୋଇଛି। ଶ୍ରୀ ମନ୍ଦିର ନିତି ପ୍ରଶାସକ କେବଳ ଏସି ରୁମ୍ ରେ ବସି କାଗଜ ପତ୍ର କାମ କରୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ ଠିକ ରେ କରୁନଥିବା ଜଗନ୍ନାଥ ପ୍ରେମୀ ଦିଲ୍ଲୀପ ବରାଳ ଅଭିଯୋଗ କରିଛନ୍ତି। ଏଥିସହ ନିତି ବିଳମ୍ୱ ହେଲେ ଦାୟୀ ସେବାୟତ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବାର ନିୟମ ଥିବା ବେଳେ ଶ୍ରୀ ମନ୍ଦିର ପ୍ରଶାସନ ଏହି ନିୟମ କେବଳ କାଗଜ କଲମ ରେ ସୀମିତ ରଖିଥିବା ଦିଲୀପ ବରାଳ ଅଭିଯୋଗ କରିଛନ୍ତି। ତୁରନ୍ତ ସରକାର ମହାପ୍ରଭୁଙ୍କ ନିତିକାନ୍ତିରେ ବିଳମ୍ୱ କରିଥିବା ଦୋଷୀ ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ସେପଟେ ନୀତି ବିଳମ୍ବ ଓ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ନ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ। ସେ କହିଛନ୍ତି ଯେ ,ମଙ୍ଗଳବାର ମହାପ୍ରଭୁଙ୍କ ଜଳକ୍ରୀଡା ଏକାଦଶୀ ଓ ପରଦିନ ସଂକ୍ରାନ୍ତି ଥିବାରୁ ଦୈନନ୍ଦିନ ନିତିକାନ୍ତି ସହ ଏହା କରିବା ବିଳମ୍ବିତ ହୋଇଥିଲା। ଏହାକୁ କେହି ଜାଣି ଶୁଣି କରିନାହାନ୍ତି। ତେବେ ଆଗାମୀ ଦିନରେ ମହାପ୍ରଭୁଙ୍କ କିଭଳି ନୀତି ଶୃଙ୍ଖଳିତ ଓ ସଠିକ୍ ସମୟରେ ହୋଇ ପାରିବ ସେ ନେଇ ସମୀକ୍ଷା ହେବ। ଆସନ୍ତା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହେବ ।

ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କୁ ସଚେତନ କରାଯିବ। ତେବେ ଭକ୍ତ ସୁବିଧା ପାଇଁ ଆସନ୍ତା ମେ 30 ତାରିଖ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହାର ଅଂଶ କାର୍ଯ୍ୟ ଶେଷ ହେବ। ଫଳରେ ଲୋକ ମାନେ ଯାତାୟାତ ନେଇ ଭୋଗୁଥିବା ଅସୁବିଧା ଆଉ ଭୋଗିବେ ନାହିଁ। ତେବେ ପରିକ୍ରମା ପ୍ରକଳ୍ପର ଆଭ୍ୟନ୍ତରୀଣ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.