ପୁରୀ: ତାଳବଣିଆ ସ୍ଥିତ ଭୂଦାନ ଜଙ୍ଗଲରେ ଅଭାବନୀୟ ଘଟଣା । କୁକୁର ଆକ୍ରମଣରେ ହରିଣର ମୃତ୍ୟୁ ଘଟିଥିବା ସୂଚନା । ହରିଣଟି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରେ ବୁଲୁଥିବା ସମୟରେ କିଛି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଛି ।
ତେବେ କୁକୁରଙ୍କ ଆକ୍ରମଣରେ ପ୍ରଥମେ ଗୁରୁତର ଆହତ ହୋଇଥିଲା ହରିଣ । ଏନେଇ ଦେଖିବା ପରେ ସ୍ଥାନୀୟ ଲୋକେ କୁକୁରଙ୍କୁ ଘଉଡାଇବା ସହ ହରିଣକୁ ଉଦ୍ଧାର କରିଥିଲେ । ମାତ୍ର ସଠିକ ସମୟରେ ଚିକିତ୍ସା ହୋଇପାରିନପାରୁ ହରିଣର ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ସେପଟେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ପୂର୍ବରୁ ହରିଣର ମୃତ୍ୟୁ ହୋଇସାରିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ