ପୁରୀ: ଅମ୍ଳଜାନ ଅଭାବରୁ ମୃତ୍ୟୁ ଅଭିଯୋଗ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ବିଫଳତା ନେଇ ଅଭିଯୋଗ ହୋଇଛି । ଅମ୍ଳଜାନ ଅଭାବରୁ ଆଖି ବୁଜିଛି ବ୍ରହ୍ମଗିରି ଭୁବନପତି ଗାଁର 16 ବର୍ଷୀୟ ନାବାଳକ ସୁମନ୍ । ଚିକିତ୍ସା ଅବେହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସୁମନ୍ର ପରିବାର ଲୋକ ।
ଖୁବ୍ ଯନ୍ତ୍ରଣା ଅନୁଭବ କରି ଶେଷରେ ସୁମନ ଆଖି ବୁଜିଥିଲା ସୁମନ୍ । ପରିବାର ଲୋକେ ଡାକ୍ତରଙ୍କ ଚିକିତ୍ସା ଅବେହେଳାରୁ ସୁମନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ କିଛିଦିନ ପୂର୍ବରୁ 5T ଟିମ୍ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ତେବେ ବାରମ୍ବାର ଚିକିତ୍ସା ଅବେହେଳା ଘଟଣା ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ