ପୁରୀ: ସମୁଦ୍ର କୂଳରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ବହୁ ସଂଖ୍ୟକ ଜେଲିଫିସ ମରି ପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ଅଶଙ୍କା ଦେଖା ଦେଇଛି ।
ପୁରୀ ସମୁଦ୍ରକୂଳରେ ବହୁସଂଖ୍ୟାରେ ମୃତ ଜେଲିଫିସ ଦେଖାଯାଉଛି । କାରଣ ଏହି ଜେଲିଫିସ ଦଂଶନ କ୍ଷତି କାରକ ନ ହେଲେ ମଧ୍ୟ ମଣିଷ ଦେହରେ ବାଜିଲେ ଜଳା ପୋଡା ହୋଇଥାଏ । ଏନେଇ ସତର୍କ ରହିବାର ଆବଶ୍ୟକତା ରହିଛି । ତେବେ ପୁରୀ ସମୁଦ୍ର କୂଳରେ ମରି ପଡିଥିବା ଜେଲି ଫିସ ଗୁଡିକ ପୋରୋପିଟା ପ୍ରଜାତିର । ଏହି ଜେଲି ମାଛ ବିଷାକ୍ତ ଅଟନ୍ତି । ଏମାନଙ୍କ ସମୂହକୁ ମୁଖ୍ୟତ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳରେ ଦେଖିବାକୁ ମିଳିଥାଏ ।
ତେବେ ପୁରୀ ବେଳାଭୂମିରେ ଲକ ଡାଉନ ନେଇ 144 ଧାରା ଜାରି ଥିବାରୁ କୌଣସି ଲୋକ ବେଳାଭୂମିରେ ନାହାନ୍ତି । ଫଳରେ ଏହି ଜେଲି ଫିସକୁ ନେଇ କୌଣସି ଅସୁବିଧା ହୋଇ ନାହିଁ । ତଥାପି ଏହା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ