ETV Bharat / state

ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ, ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ । ପରମ୍ପରା ଅନୁସାରେ ଗତକାଲି ଦଶମୀରୁ ମନ୍ଦିରକୁ ଆସିଥିବା ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମହୌଷଧି ସେବନ କରି ସୁସ୍ଥ ହେବେ ମହାପ୍ରଭୁ । ଅଧିକ ପଢ଼ନ୍ତୁ

author img

By

Published : Jun 14, 2023, 4:38 PM IST

ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ । ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ । ପୂର୍ବଭଳି କୋଳାହଳମୟ ହେବ ଶ୍ରୀମନ୍ଦିର । ପୁଣି ବାଜିବ ବିଜେ କାହାଳୀ । ଏହି ଅବସରରେ ଶ୍ରୀଜିଉଙ୍କ ପୂର୍ଣ୍ଣାଙ୍ଗ ସର୍ବାଙ୍ଗ ହେବ । ଅର୍ଥାତ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଚନ୍ଦନଲାଗି ଅନୁଷ୍ଠିତ ହେବ । ଅଣସର ଘରେ ଦାରୁ ଦିଅଁଙ୍କ ସହ ଦଶ ଠାକୁରଙ୍କ ଚନ୍ଦନ ଲାଗି ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ଠାକୁରେ ଗୀତଗୋବିନ୍ଦ ପାଟ ପରିଧାନ କରିବେ । ଜଗନ୍ନାଥ ସଂସ୍କୃତିରେ ଅନବସର ସମୟରେ ଏହି ଖଳିଲାଗି ଏକାଦଶୀର ବେଶ ମାହାତ୍ମ୍ୟ ରହିଛି ।

ମହାପ୍ରଭୁଙ୍କ ଅନବସର ନୀତି ମଧ୍ୟରେ ପ୍ରଥମ ଥର ପାଇଁ ଏହି ଖଳିଲାଗି ଏକାଦଶୀରେ ନାଲି ଫୁଲ, ସୁବାସିତ ଫୁଷ୍ପ ଓ ତୁଳସୀ ଆଦି ମହାପ୍ରଭୁଙ୍କ ଠାରେ ଲାଗି ହୋଇଥାଏ । ନୂତନ କରି ବିଭିନ୍ନ ଫଳମୂଳ ସହ ୧୦୮ ପ୍ରକାର ଭୋଗ ଠାକୁରଙ୍କୁ ଅର୍ପଣ ହୋଇଥାଏ । ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ଅବସରରେ ଠାକୁରଙ୍କ ଏହିସବୁ ରୀତିନୀତି ସମ୍ପନ୍ନ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସ୍ତ୍ର ଶ୍ରୀମନ୍ଦିରରେ ପହଞ୍ଚିଛି । ଅଣସର ସମୟର ଶୁଭ୍ର ବସ୍ତ୍ର ପରିତ୍ୟାଗ କରିଥିଲେ ଶ୍ରୀଜିଉ । ଏକାଦଶୀ ଠାରୁ ସାଧାରଣ ଦିନ ଭଳି ବିଭିନ୍ନ ରଙ୍ଗୀନ ଓ ସୁବାସିତ ପୁଷ୍ପ ଲାଗିହେବେ ମହାପ୍ରଭୁ । ଠାକୁରଙ୍କ ସବୁଠାରୁ ପ୍ରିୟ ତୁଳସୀ ମଧ୍ୟ ଗତ ୧୦ ଦିନ ପର୍ଯ୍ୟନ୍ତ ବାରଣ ଥିଲା । ଏକାଦଶୀରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇଥାଏ ।

ବେଶ ଅନୁଷ୍ଠିତ ହେବାପରେ ତିନି ଠାକୁରଙ୍କୁ ରାଜପ୍ରାସାଦ ଭୋଗ ଲାଗି କରାଯାଇଥାଏ । ଏଥିରେ ମୁଖ୍ୟତଃ ସ୍ଵତନ୍ତ୍ର ଶୈଳୀରେ ତିଆରି ହୋଇଥିବା ଖଇ ଭୋଗ ଲାଗେ । ଏଥି ସହିତ ଖୁଆ, ସର, ଛେନା, ଆମ୍ବ, କଦଳୀ ଆଦି ବିଭିନ୍ନ ଫଳମୂଳ ଠାକୁରଙ୍କୁ ଲାଗି କରାଯାଇଥାଏ । ଦଶମୀ ତିଥିରେ ଠାକୁରଙ୍କ ଉଦ୍ଦେଶ୍ୟରେ ରାଜବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ଦେଇଛନ୍ତି ଦଶମୂଳ ମହୌଷଧି । ଆଜି ଭୋଗ ସହିତ ଠାକୁରଙ୍କୁ ଉକ୍ତ ମହୌଷଧି ଦିଆଗଲା ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଆସନ୍ତାକାଲି ଦ୍ଵାଦଶୀରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶରୀରରୁ ବାହାରିଥିବା ଚନ୍ଦନ, କରାଳ ନେଇ ଗଜପତିଙ୍କୁ ଦେବେ । ଏଥି ସହିତ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜାଙ୍କୁ ଦିଆଯିବ । ଏଥି ସହିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.