ETV Bharat / state

ପୁରୀରେ ମାଡ ହେବ 'ଫନି', ଆତଙ୍କିତ ସାତପଡାବାସୀ

ବାତ୍ୟା 'ଫନି' ଓଡ଼ିଶାର ପୁରୀ-ସାତପଡାରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ସାତପଡା ବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ସମୁଦ୍ରକୂଳିଆ ସାତପଡାବାସୀ ଏହି ସାମୁଦ୍ରିକ ଝଡରେ ଅତ୍ୟଧିକ ପ୍ରଭାବିତ ହେବା ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

author img

By

Published : May 1, 2019, 6:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ୨୪ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ 'ଫନି' । ଏହା ପୁରୀଠାରୁ ୬୨୦ କି.ମି. ଦୂରରେ ଥିବାବେଳେ ୩ ତାରିଖ ଅପରାହ୍ଣରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା 'ଫନି' ଓଡ଼ିଶାର ପୁରୀ-ସାତପଡାରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି । ଏଥି ପାଇଁ ସାତପଡା ବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ସମୁଦ୍ରକୂଳିଆ ସାତପଡାବାସୀ ଏହି ସାମୁଦ୍ରିକ ଝଡରେ ଅତ୍ୟଧିକ ପ୍ରଭାବିତ ହେବା ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ଇଟିଭି ଭାରତ ପ୍ରତିନିଧି ଭେଟିଛନ୍ତି କିଛି ମତ୍ସଜୀବୀ ଓ ସ୍ଥାନୀୟ ଲୋକଙ୍କୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ସମ୍ଭାବ୍ୟ 'ଫନି' ପାଇଁ ଭୟଭୀତ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାସହ ଧନଜୀବନ କିଭଳି କ୍ଷତି ନହୁଏ ସେଥିପାଇଁ ଚିଲିକା ଉପକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କଡା ନିର୍ଦ୍ଦେଶ ପ୍ରଶାସନ ଦେଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଚିଲିକାରେ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ତରଫରୁ 5 ଦିନ ପାଈଁ ଚିଲିକାରେ ଡ଼ଙ୍ଗା ଚଳାଚଳକୁ ବନ୍ଦ କରାଯାଇଛି।

ସୂଚନା ଅନୁସାରେ, ୩ତାରିଖ ମଧ୍ୟାହ୍ନରେ ବାତ୍ୟା 'ଫନି' ପୁରୀ ନିକଟରେ ସ୍ଥଳଭାବ ଛୁଇଁବ ।

ବ୍ରହ୍ମଗିରି ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

gssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.