ETV Bharat / state

ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ, ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା

author img

By

Published : Aug 6, 2023, 5:34 PM IST

Updated : Aug 6, 2023, 6:13 PM IST

ଅନ୍ ଲାଇନରେ ହୋଟେଲ ବୁକିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା । ସାଇବର ଠକାମୀକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅନୁଷ୍ଠିତ ହେଲା ସଚେତନତା କର୍ମଶାଳା। ଅଧିକ ପଢନ୍ତୁ

ଅନ୍ ଲାଇନରେ ହୋଟେଲ ବୁକିଂ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା

ପୁରୀ: ପୁରୀ ପୋଲିସ ଏବଂ ପୁରୀ ହୋଟେଲ ଆସୋସିଏସନର ନିଦ ହଜାଇଛନ୍ତି ସାଇବର ଲୁଟେରା । ଫେକ୍ ୱେବ୍ ସାଇଟ୍ ଖୋଲି ପୁରୀର ବିଭିନ୍ନ ନାମିଦାମୀ ହୋଟେଲ ନାଁରେ ରୁମ୍ ବୁକିଂକୁ ନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି ସାଇବର ଠକ । ତେବେ ଦିନକୁ ଦିନ ଏହି ସାଇବର ଠକେଇ ବଢୁଥିବା ବେଳେ ଏହା ଉପରେ କିଭଳି ରୋକ୍ ଲାଗି ପାରିବ ସେନେଇ ଏକ ସଚେତନତା କର୍ମଶାଳା ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା ଠାରେ ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ପୁରୀ ପୋଲିସ ସହ ପୁରୀର ସମସ୍ତ ହୋଟେଲ ମାଲିକ ସଂଘ ଓ ମ୍ୟାନେଜର ଆସୋସିଏସନ୍ ଯୋଗ ଦେଇଥିଲେ । କିଭଳି ନକଲି ୱେବ୍ ସାଇଟରେ ରୁମ୍ ବୁକିଙ୍ଗ ନେଇ ଠକେଇକୁ ରୋକି ହେବ ସେନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ।

ପୁରୀ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ହୋଟେଲ ଅନୁଷ୍ଠାନ ପୋଲିସର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ । ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତିମାନେ ତୁରନ୍ତ ସାଇବର କ୍ରାଇମ ହେଲ୍ପ୍‌ଲାଇନ ନମ୍ୱର ୧୯୩୦ରେ ଜଣାଇବା ଅବଶ୍ୟକ । ତେବେ ଶୀଘ୍ର ଅଭିଯୋଗ ନକଲେ ଅର୍ଥ ଫେରି ପାଇବା ସମ୍ଭାବନା ଯଥେଷ୍ଟ କମ୍‌ ରହିଛି । ପୋଲିସର ତଥ୍ୟ ଅନୁସାରେ ସାଇବର ଲୁଟେରାଙ୍କ ଟଙ୍କାକୁ ଅନଲାଇନରେ‌ ରୋକି ଦିଆଯାଇଛି । ସେଥିମଧ୍ୟରୁ ୧୦ ଲକ୍ଷ ୨୩ ହଜାର‌ ୮୮୫ ଟଙ୍କା ଅନ୍‌ଲାଇନ ମାଧ୍ୟମରେ ରୋକା ଯାଇଥିବା ବେଳେ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ୨୪୮୯ ଟଙ୍କା ଫେରସ୍ତ ଦିଆଯାଇଛି । ୨୨ଟି ନକଲି ୱେବ୍‌ସାଇଟ୍‌କୁ ଚିହ୍ନଟ କରାଯାଇ ସ୍ପାମ୍ ଭାବେ ଘୋଷଣା କରାଯାଇଛି ।’’

ସେ ଅହୁରୀ ମଧ୍ୟ କହିଛନ୍ତି,"ପୁରୀକୁ ଦୈନିକ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବେଳେ ପୁରୀର ପ୍ରମୁଖ କାରବାର ହୋଇଛି ହୋଟେଲ ବ୍ୟବସାୟ । ତେଣୁ ହୋଟେଲ ବ୍ୟବସାୟକୁ ମାଧ୍ୟମ କରି ହୋଟେଲ ବୁକିଂ ଆଳରେ ଲୋକଙ୍କୁ ଠକିବା ପାଇଁ ପୁରା ଜାଲ ବିଛାଇଛନ୍ତି ସାଇବର‌ ଲୁଟେରା । www.hotelspuri.net ଏବଂ puri-hotel-puri.html ଏହି ଦୁଇଟି ଜାଲ୍ ୱେବ୍‌ସାଇଟ୍ ପ୍ରସ୍ତୁତ କରି ଠକିଛନ୍ତି ସାଇବର ଅପରାଧି । ପୁରୀର ୩୦୪ଟି ହୋଟେଲର‌ ବୁକିଂ ପାଇଁ ଦୁଇଟି ୱେବ୍‌ସାଇଟରେ ଲିଙ୍କ୍‌ ରହିଛି । ତେବେ ଗତ ଜୁଲାଇ ମାସରେ ଏନେଇ ଦୁଇଟି ଠକେଇ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟ ବାହାରକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ।"

ସେପଟେ ରୁମ୍ ବୁକିଙ୍ଗ ନାଁ ରେ ଅଧିକ ରିହାତି ପ୍ରଦାନ କରୁଥିବା ନକଲି ୱେବ୍‌ସାଇଟ୍‌ ଜାଲରେ ନପଡ଼ି ବିଶ୍ବସ୍ତ ଏବଂ ଭରସା ଯୋଗ୍ୟ ଟ୍ରାଭେଲ୍ ୱେବ୍‌ସାଇଟ୍ କିମ୍ବା ଆପ୍ ମାଧ୍ୟମରେ ରୁମ୍ ବୁକିଂ କରିବା ପାଇଁ ଅନୁରୋଧ କରିଛନ୍ତି ହୋଟେଲିୟର ।

Last Updated : Aug 6, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.