ETV Bharat / state

ଭୂତ ଖାଇଲା ଭତ୍ତା, ତଦନ୍ତ ପାଇଁ ଗୋପ ବ୍ଲକ ବିଡିଓଙ୍କୁ ଘେରିଲେ ସିପିଆଇ

author img

By

Published : Nov 26, 2020, 8:23 AM IST

ଗୋପ ବ୍ଲକ ଇସାଣପୁର ପଞ୍ଚାୟତରେ ଭୂତ ଖାଉଛି ଭତ୍ତା ଟଙ୍କା । ଦୀର୍ଘ 14 ମାସ ହେଲା ଏହି ଭତ୍ତା ଟଙ୍କାକୁ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଛି । ଏନେଇ ବ୍ଲକ ସମ୍ମୁଖରେ ଉକ୍ତ ଗ୍ରାମବାସୀଙ୍କ ସମେତ ସିପିଆଇ ପକ୍ଷରୁ ଧାରଣା । ଅଧିକ ପଢନ୍ତୁ...

cpi protests at gop block puri
ଭୂତ ଖାଇଲା ଭତ୍ତା, ତଦନ୍ତ ପାଇଁ ଗୋପ ବ୍ଲକ ବିଡିଓଙ୍କୁ ଘେରିଲେ ସିପିଆଇ

ପୁରୀ: ଗୋପ ବ୍ଲକ ଇସାଣପୁର ପଞ୍ଚାୟତରେ ଭୂତ ଖାଉଛି ଭତ୍ତା ଟଙ୍କା । ମାସେ ନୁହେଁ କି ଦୁଇ ମାସ ନୁହେଁ । ଦୀର୍ଘ 14 ମାସ ହେଲା ଏହି ଭତ୍ତା ଟଙ୍କାକୁ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଛି । ଆର ଟି ଆଇ ବଳରେ ଏହି ତଥ୍ୟ ଲୋକ ଲୋଚନକୁ ଆଣିବାପରେ ଏଵେ ହରଡ ଘଣାରେ ବ୍ଲକ ପ୍ରଶାସନ ।

ସୂଚନାମୁତାବକ,ଏହି ପଞ୍ଚାୟତରେ 14 ମାସ ହେଲା ଭାସି ସାହୁ , ରାମଚନ୍ଦ୍ର ଖଟୋଇ ଓ ସୀତା ମଣିରାଉତଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ଭତ୍ତା ଟଙ୍କା ଉଠା ଯାଉଛି । କିନ୍ତୁ ସଇଳ ବାଳା ପରିଡ଼ା ଓ ଶାନ୍ତିଲତା ଖାଟୋଇଙ୍କର ଭତ୍ତା ଖାତା ହୋଇ ଥିଲେ ମଧ୍ୟ ତାଙ୍କୁ ଭତ୍ତା ଟଙ୍କା ମିଳୁ ନାହିଁ । ଏନେଇ ଗୋପ ବିଡିଓ ଦୀପ୍ତି ରାଣୀ ଦାସ ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଙ୍କ ନିକଟରେ ଅଭିଯୋଗ କରିଥିଲେ ପଞ୍ଚାୟତବାସୀ ।

ଅଭିଯୋଗ ପରେ ରାତି ଅଧିଆ ବ୍ଲକ କର୍ମଚାରୀ ବିନା ଦସ୍ତକତରେ ଶୈଳବାଲା ପରିଡାଙ୍କ ଘରେ ଯାଇ ଟଙ୍କା ଦେଇ ଆସିଥିବା ଜଣା ପଡିଛି । ଯାହାକୁ ନେଇ ଗୋପ ବ୍ଲକ ସମ୍ମୁଖରେ ଉକ୍ତ ଗ୍ରାମବାସୀଙ୍କ ସମେତ ସିପିଆଇ ପକ୍ଷରୁ ଧାରଣାରେ ବସିବା ସହ ଏହି ଦୁର୍ନୀତି ବିରୁଦ୍ଧରେ ନାରାଵାଜି କରିଥିଲେ । ପରେ 5ଦଫା ଦାବି ନେଇ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋପ ବିଡିଓଙ୍କୁ ପ୍ରଦାନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.