ETV Bharat / state

କୋରୋନା ଦ୍ଵିତୀୟ ଲହରୀ, ସେବାୟତଙ୍କୁ ଦିଆଗଲା ହୋମିଓପାଥି ଔଷଧ - ଶ୍ରୀମନ୍ଦିର

ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଦାନ କରାଗଲା କୋରୋନା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ । ପଞ୍ଚମ ପର୍ଯ୍ୟାୟରେ ମୋଟ ୩୫୦ ସେବାୟତ ଓ ତାଙ୍କ ପରିବାର ତଥା ଶ୍ରୀମନ୍ଦିର କର୍ମଚାରୀଙ୍କୁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏହି ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଛି। ଅଧିକ ପଢନ୍ତୁ...

କୋରୋନା ଦ୍ଵିତୀୟ ଲହରୀ, ସେବାୟତଙ୍କୁ ଜିଆଗଲା ହୋମିଓପାଥି ଔଷଧ

author img

By

Published : Apr 15, 2021, 8:34 PM IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଦାନ କରାଗଲା କୋରୋନା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ । ପଞ୍ଚମ ପର୍ଯ୍ୟାୟରେ ମୋଟ ୩୫୦ ସେବାୟତ ଓ ତାଙ୍କ ପରିବାର ତଥା ଶ୍ରୀମନ୍ଦିର କର୍ମଚାରୀଙ୍କୁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏହି ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଛି ।

କୋରୋନା ଦ୍ଵିତୀୟ ଲହରୀ, ସେବାୟତଙ୍କୁ ଜିଆଗଲା ହୋମିଓପାଥି ଔଷଧ
କୋରୋନା ଦ୍ଵିତୀୟ ଲହରୀ, ସେବାୟତଙ୍କୁ ଜିଆଗଲା ହୋମିଓପାଥି ଔଷଧ

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆୟୋଜିତ ଚଳିତ ମାସ ୧୨ ରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସ୍ବାସ୍ଥ୍ୟ ଶିବିରର ଉଦଯାପନୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ହୋମିଓପ୍ୟାଥି ଗବେଷଣା ସଂସ୍ଥାନର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଉପସ୍ଥିତ ରହି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଉଦବୋଧନ ଦେଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥି ଔଷଧ ସେବନ ସହିତ ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ବିଶ୍ରାମ ଓ ଯୋଗ ପ୍ରଣାୟମ ଆଦି ନିୟମିତ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ଲୋକ ସମ୍ପର୍କ ଉପ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଶିବିରରେ ଯୋଗାଇ ଦିଆଯାଇଥିବା ସେବା ପାଇଁ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କୋରୋନା ବିରୁଦ୍ଧ ରେ ଲଢ଼େଇ ଜାରି ରଖିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ଉକ୍ତ ଶିବିରକୁ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ପ୍ରଧାନ ସଂଯୋଜନା କରିଥିଲେ ଏବଂ ଚିକିତ୍ସାଳୟର କର୍ମଚାରୀ ସଂଘମିତ୍ରା ଦତ୍ତମହାପାତ୍ର, ପ୍ରଫୁଲ୍ଲ କାନ୍ତି ଦେ, ଶୁଭ୍ରାଂଶୁ ଶେଖର ନାୟକ ଓ ବନାଲତା ପାଢ଼ୀ ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.