ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କୋଭିଡ କେୟାର ସେଣ୍ଟରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । କୋଭିଡ କେୟାର ସେଣ୍ଟରରେ ୩ ଦିନ ଧରି ପଡି ରହିଛି ସଂକ୍ରମିତ ଲୋକଙ୍କ ନିତ୍ୟ ବ୍ୟବହୃତ ଜିନିଷ । ଏଣେତେଣେ ପଡି ରହିଥିବା ଏହି ସଂକ୍ରମିତ ସାମଗ୍ରୀକୁ ଠିକ ଭାବେ ନଷ୍ଟ କରିବା ପରିବର୍ତ୍ତେ ଏଥିପ୍ରତି କେହି ନଜର ଦେଉନଥିବା ଅଭିଯୋଗ ହୋଇଛି ।
ଏହିସବୁ ଜିନିଷ ପବନରେ ଉଡି ଏଣେତେଣେ ପଡୁଥିବା ବେଳେ ଏଭଳି ସ୍ଥିତିରେ ସେଠି କାର୍ଯ୍ୟ କରୁଥିବା ସିକ୍ୟୁରିଟି, ପୋଲିସ କର୍ମଚାରୀ ଓ ମେଡିକାଲ ଷ୍ଟାଫ ପ୍ରଭାବିତ ହେବା ସହ ଆଖପାଖ ବାସିନ୍ଦା ମଧ୍ୟ ପ୍ରଭାବିତ ହେବେ ବୋଲି ଆଶଙ୍କା ଉପୁଜିଛି । ତେବେ ଏ ସଂକ୍ରାନ୍ତରେ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ