ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୌଷ ମାସରେ ଶୁଭକାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ

author img

By ETV Bharat Odisha Team

Published : Jan 15, 2024, 7:14 AM IST

Parikrama project inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ନେଇ ବିବାଦ ଆରମ୍ଭ । ପୌଷ ମାସରେ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Parikrama project inauguration
Parikrama project inauguration

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦେଖା ଦେଇଛି ନୂଆ ବିବାଦ । ପୌଷ ମାସରେ ଶୁଭକାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ । ତେଣୁ ତୁରନ୍ତ ଗଜପତି ମହାରାଜା ଓ ରାଜ୍ୟ ସରକାର ଏହି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରୁହନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାପନା କରିଛି ଓଡ଼ିଶା ବ୍ରାହ୍ମଣ ସମାଜ ।

ତେବେ ପୌଷ ମାସରେ କୌଣସି ଶୁଭକାର୍ଯ୍ୟ ଆୟୋଜନ କରିବା ବିଧି ସମ୍ମତ ନୁହେଁ । ମାତ୍ର ଦୁଃଖର ବିଷୟ ଗଜପତି ମହାରାଜଙ୍କ ଦ୍ଵାରା ପୌଷ ମାସରେ ବେଦଜ୍ଞ ଶ୍ରେଣୀର ବ୍ରାହ୍ମଣମାନଙ୍କୁ ବରଣ କରାଯାଉଛି ଯାହା ଶାସ୍ତ୍ର ବିରୋଧ । ତେଣୁ ଗଜପତି ମହାରାଜ ଏମିତି ଭୁଲ ନ କରନ୍ତୁ ବୋଲି ବେଦଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ବ୍ରାହ୍ମଣ ସମାଜର ଅଧ୍ୟକ୍ଷ ରତିକାନ୍ତ ଦାଶ ଶର୍ମା ।

ଅନ୍ୟପଟେ ପୌଷ ମାସ ଏକ ପୁରୁଷ ମାସ ହୋଇଥିବାରୁ ଏହି ମାସରେ କୌଣସି ଶୁଭକାର୍ଯ୍ୟ କରିବା ଉଚିତ୍‌ ନୁହେଁ । ସେହିପରି ମହାପ୍ରଭୁଙ୍କୁ ଯେଉଁଭଳି ଭାବେ ମଟର ଯାନରେ ବସାଇ ସାରା ରାଜ୍ୟରୁ ଚାଉଳ ଏବଂ ଗୁଆ ସଂଗ୍ରହ କରାଯାଉଛି ତାହା ଦ୍ଵାରା ମହାପ୍ରଭୁଙ୍କ ମାନ କ୍ଷୂର୍ଣ୍ଣ ହେଉଛି ବୋଲି ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଇଛି । ଏଭଳି ହୀନ ମାନ୍ୟତା ଚିନ୍ତାଧାରାରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଓଡିଶା ବ୍ରାହ୍ମଣ ସମାଜ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଚାର୍ଯ୍ୟ ସଭାପତି ନିରଞ୍ଜନ ମିଶ୍ର,ପଣ୍ଡିତ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ମାଧବ ଦୀକ୍ଷିତ ପ୍ରମୁଖ ଯୋଗଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାନୁଆରୀ ୧୭ ଦିନ ରାଜ୍ୟରେ ଛୁଟି ଘୋଷଣା

ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ ଆରମ୍ଭ ହେବ । ୧୬ ତାରିଖରେ ମଧ୍ୟ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଦିନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେ ବ। ପରେ ଦିନ ୨ଟା ରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.