ETV Bharat / state

ଦିନକ ପରେ ରଥଯାତ୍ରା, ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ସେବକ - ରଥଖଳା

ବରଷକ ପରେ ପୁଣି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତୀ । 9 ଦିନ ପାଇଁ ମାଉସୀ ଘରକୁ ଯିବେ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଥ ନିର୍ମାଣ କାର୍ଯ୍ୟକୁ ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି ସେବାୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 2, 2019, 5:30 PM IST

ପୁରୀ: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ବର୍ଷକର ଅପେକ୍ଷା ପରେ ପୁଣି ରତ୍ନ ବେଦୀରୁ ବାହାରି ଆସି ମାଉସୀ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ରଥଖଳା । ତିନି ରଥକୁ ଶେଷ ସ୍ପର୍ଶ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ସେବକ । ଗତକାଲି ଦୁଆର କାମ ଶେଷ ହେବା ପରେ ଆଜି ତିନି ରଥକୁ ସଂଯୋଗ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପଟେ ପ୍ରଭା କାମ ଏହାରି ମଧ୍ୟରେ ଶେଷ ହୋଇଥିବା ବେଳେ ରାତି ସୁଦ୍ଧା ପ୍ରଭା ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ତିନି ରଥ ପାଇଁ ବେଦୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବେଦୀ କାମ ବ୍ୟତୀତ ଚାଳି ମଧ୍ୟ ଖୋଲାଯାଇଛି । ଏହି କାର୍ଯ୍ୟକୁ ଭୋଇ ସେବକମାନେ ସମ୍ପାଦନ କରିଛନ୍ତି ।

ତେବେ ଦର୍ଜି ସେବକ ମାନେ ରଥକନା ସିଲେଇ କାମ ଶେଷ କରିଥିବା ବେଳେ ମହାରଣା ସେବକ ମାନେ ମଧ୍ୟ ରଥ ନିର୍ମାଣ କାମ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି । ଅନ୍ୟପଟେ ରଥଯାତ୍ରାକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଆସନ୍ତାକାଲି ସୁଦ୍ଧା ସମସ୍ତ କାର୍ଯ୍ୟ ସମାପନ କରାଯିବ ବୋଲି ବିଶ୍ବକର୍ମା ମହାରଣା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, ratha update , avb, puri,2।7।19

Anc,,ଆଉ ମାତ୍ର ଗୋଟିଏ ଦିନ ପରେ  ରଥଯାତ୍ରା। ଏ ନେଇ ଚଳଚଞ୍ଚଳ ରଥଖଳା । ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି ସେବକମାନେ। ଗତକାଲି ଦୁଆର କାମ ଶେଷ ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ଗତକାଲି ଚିତ୍ରକର ସେବକମାନେ ରଙ୍ଗ ଦେବା କାମ ଶେଷ କରିଥିଲେ। ତିନି ରଥର ଚାରିଟି ଲେଖା ୧୨ଟି ଦୁଆର ଥିବା ବେଳେ  ରାତି ସୁଦ୍ଧା ତିନି ରଥରେ ଏକାଧିକ ଦୁଆର ସଂଯୋଗ କାମ ଶେଷ ହୋଇଛି।  ଅନ୍ୟପଟେ ପ୍ରଭା କାମ ଏହା ଭିତରେ ‌ଶେଷ ହୋଇଛି। ଆଜି ରାତି ସୁଦ୍ଧା ପ୍ରଭା ସଂଯୋଗ କାମ ଶେଷ ‌କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ତିନି ରଥ ପାଇଁ ବେଦି ପ୍ରସ୍ତୁତି ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ଉପରେ ମହାପ୍ରଭୁ ବିଜେ କରିବେ। ବେଦି ଉପରେ ବସି ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ନୀତି , ସୁନାବେଶ ବି ଏହାରି ଉପରେ ଶେଷ ହେବ।  ରଥଖଳାରେ ପଡ଼ିଥିବା ଚାଳି ଖୋଲାଯାଇଛି। ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ଦର୍ଜୀ ସେବକମାନେ ରଥକନା ସିଲେଇ କାମ ଶେଷ କରିଛନ୍ତି। ମହାରଣା ସେବକମାନେ ରଥ ନିର୍ମାଣ କାମ ଶେଷ ସ୍ପର୍ଶ ଦେଉଥିବା ବେଳେ  କନା ସଂଯୋଗ କାମ ଆରମ୍ଭ ହୋଇଛି। ତେବେ ଆସନ୍ତା କାଲି ସକାଳ ସୁଧା ତିନି ରଥରେ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି।

ବାଇଟ1,, ବିଜୟ ମହାପାତ୍ର ,, ନନ୍ଦିଘୋଷ ମୁଖ୍ୟ ମହାରଣା

ବାଇଟ2,, ଚିତ୍ରକର ସେବକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.