ETV Bharat / state

ଗୋଟିଏ ବର୍ଷରେ ଶେଷ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ - ଶ୍ରୀଜଗନ୍ନାଥ ଷ୍ଟାଡିୟମ

ଆସନ୍ତା ଏକ ବର୍ଷ ମଧ୍ୟରେ ବହୁପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ରୂପ ନେବ । ଏନେଇ ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯାଉଛି । ଅଧିକ ପଢନ୍ତୁ:

ଗୋଟିଏ ବର୍ଷରେ ଶେଷ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ

author img

By

Published : Oct 19, 2020, 6:54 PM IST

ପୁରୀ: ଖୁବଶୀଘ୍ର ପୂରଣ ହେବ ସହରବାସୀଙ୍କ ଦୀର୍ଘ ଦିନର ଆଶା । ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ପୁରୀ ତାଳବଣିଆ ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟ ସମ୍ପନ୍ନ ହେବ । ଏନେଇ ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯାଉଛି ।

33 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ଇଣ୍ଡୋର ହଲ, ଗ୍ୟାଲେରୀ , କ୍ରିକେଟ ପଡିଆ ସହ ସବୁ ପ୍ରକାର ଖେଳ କୁଦ ପାଇଁ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀର ଏକ କମ୍ପାନୀକୁ ଷ୍ଟାଡିୟମ ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗୋଟିଏ ବର୍ଷରେ ଶେଷ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ

ଅନ୍ୟପକ୍ଷରେ ବିପଦସଙ୍କୁଳ ଥିବା ଦର୍ଶାଇ ନିର୍ମାଣଧୀନ ଷ୍ଟାଡିୟମକୁ ଲାଗିଥିବା ଦୋକାନ ଘର ଗୁଡିକୁ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଦୋକାନ ଘର ଗୁଡିକ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ଆସନ୍ତାକାଲିଠୁ ଦୋକାନ ଘର ଗୁଡିକ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ଯୋଜନା ରହିଛି । ତେବେ ଏନେଇ ଆଜି ଉପଜିଲ୍ଲାପାଳ ଓ ପୌର ସଂସ୍ଥା ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.