ETV Bharat / state

ବଡଦାଣ୍ଡ ରଥଖଳାରେ ଆରମ୍ଭ ହେବ ରଥ କାମ, ପ୍ରସ୍ତୁତ ବିଶ୍ବକର୍ମା ମହାରଣା

author img

By

Published : May 4, 2020, 10:24 PM IST

Updated : May 5, 2020, 10:02 AM IST

ଆସୁଛି ରଥଯାତ୍ରା । ଏନେଇ ମଙ୍ଗଳବାରଠାରୁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ଏହାକୁ ମାନି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ବକର୍ମା ମହାରଣା ସେବକ ।

chariot construction to start in chariot ground, chariot construction in puri, rathayatra, chariot construction amid lockdown, puri latest news, ରଥଖଳାରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ, ପୁରୀରେ ରଥ ନିର୍ମାଣ କାର୍ଯ୍ୟ, ରଥଯାତ୍ରା, ଲକଡାଉନରେ ରଥ ନିର୍ମାଣ, ପୁରୀ ଲାଟେଷ୍ଟ ନ୍ୟୁଜ୍‌
ବଡଦାଣ୍ଡ ରଥଖଳାରେ ଆରମ୍ଭ ହେବ ରଥ କାମ, ପ୍ରସ୍ତୁତ ବିଶ୍ବକର୍ମା ମହାରଣା

ପୁରୀ: ଆସୁଛି ରଥଯାତ୍ରା । ଏନେଇ ମଙ୍ଗଳବାରଠାରୁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ଏହାକୁ ମାନି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ବକର୍ମା ମହାରଣା ସେବକ । ମଙ୍ଗଳବାର ସକାଳ 8 ଟାରେ ରଥଖଳାରେ ଅନୁକୂଳ ପରେ ରଥ ନିର୍ମାଣ ଆରମ୍ଭ କରିବେ ମହାରଣା ସେବକ । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହେବାର ବିଧି ରହିଥିଲେ ମଧ୍ୟ ଲକଡାଉନ ଯୋଗୁଁ ଏହା ସମ୍ଭବପର ହୋଇ ପାରିନଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ପୁରୀ ଜିଲ୍ଲା ଗ୍ରୀନ ଜୋନରେ ରହିଥିବାରୁ ନିର୍ମାଣ କାର୍ଯ୍ୟ ନେଇ କୌଣସି କଟକଣା ରଖାଯାଇନାହିଁ । ତେଣୁ ରଥ ନିର୍ମାଣ କାର୍ଯ୍ୟ ପୂର୍ବପରି କରିବା ନେଇ ଘୋଷଣା ହୋଇଥିଲା । ବର୍ତ୍ତମାନ ହାତରେ ଅଳ୍ପ ଦିନ ରହିଥିବାରୁ ଦିନ ରାତି ଏକ କରି ଅଧିକ ସମୟ କାର୍ଯ୍ୟ କରି ରଥ ନିର୍ମାଣ ସାରିବାକୁ ମହାରଣା ସେବକମାନେ କହିଛନ୍ତି । ଏନେଇ ମହାରଣା ସେବକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ରଥ ନିର୍ମାଣ କାର୍ଯ୍ୟ ପାଇଁ ମହାରଣାମାନେ ଅଧିକ ସମୟ ଦେବାକୁ ଥିବାରୁ ସେମାନଙ୍କୁ ଅଧିକ ମଜୁରୀ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସାମାଜିକ ଦୂରତ୍ବ କଟକଣାକୁ ନଜରରେ ରଖି ରଥ ନିର୍ମାଣ ହେବ । ତେବେ ହାତରେ ଅଳ୍ପ ଦିନ ଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦରେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ସରିବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି ।

ଆସନ୍ତା ଜୁନ 23ରେ ରଥଯାତ୍ରା ହେବାକୁ ଥିବା ବେଳେ ଏପ୍ରିଲ 26ରେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି । ହେଲେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କଟକଣା ଯୋଗୁଁ ରଥ ନିର୍ମାଣ ଅନୁକୂଳ ଶ୍ରୀମନ୍ଦିର ଭିତରେ କରାଯାଇ ରଥଖଳାରେ ରଥ ନିର୍ମାଣ ବନ୍ଦ ରହିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 5, 2020, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.