ପୁରୀ: କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନକୁ ନେଇ ବିରୋଧ ବଢ଼ିବାରେ ଲାଗିଛି। କଂଗ୍ରେସ ପକ୍ଷରୁ ଏହି ଆଇନ ପ୍ରତ୍ୟାହାର ଦାବି କରାଯାଇ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପୁରୀ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ କହିଛି ଯେ ବିନା ଆଲୋଚନା ଯେଭଳି କୃଷି ବିଧେୟକ କେନ୍ଦ୍ର ସରକାର ସଂସଦରେ ପାରିତ କରିଛନ୍ତି ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ସେହିପରି କୃଷି ବିଧେୟକରେ ଥିବା ଆଇନ ଯୋଗୁଁ କୃଷକ କ୍ଷତିଗ୍ରସ୍ତ ହେବେ। ଧୀରେ ଧୀରେ ସରକାରୀ ମଣ୍ଡି ବ୍ୟବସ୍ଥା ଉଛେଦ ହୋଇ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତକୁ ମଣ୍ଡି ଚାଲିଯିବ। ଫଳରେ ଚାଷୀ ଶୋଷଣର ଶିକାର ହେବ।
ତୁରନ୍ତ ଏହି କଳା କୃଷି ବିଧେୟକ ପ୍ରତ୍ୟାହାର କେନ୍ଦ୍ର ସରକାର ନକଲେ ଅଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ