ETV Bharat / state

ରଥ ନିର୍ମାଣରେ ଥିବା ସେବକଙ୍କ ମଧ୍ୟରେ ଗଣ୍ଡଗୋଳ, 2 ଆହତ - Puri Ratha Yatra

ରଥର ଅମିନ ଲକ୍ଷ୍ମଣ ମହାରଣା ଓ ତାଙ୍କ ପୁଅ ସୁଧାକର ମହାରଣା ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା ହୋଇଛି । ଅଧିକ ପଢନ୍ତୁ...

ରଥ ନିର୍ମାଣରେ ଥିବା ସେବକଙ୍କ ମଧ୍ୟରେ ଗଣ୍ଡଗୋଳ, 2 ଆହତ

author img

By

Published : May 16, 2020, 9:46 PM IST

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ସେବକଙ୍କ ମଧ୍ୟରେ ଶନିବାର ଗଣ୍ଡଗୋଳ ଘଟିଛି । ମଧ୍ୟାହ୍ନ ଭୋଜନ କରୁଥିବାବେଳେ କୌଣସି କଥାର ଯୁକ୍ତିତର୍କକୁ ନେଇ ମତଭେଦ ହୋଇଥିଲା । ଏହି ଘଟଣାରେ 2 ଜଣ ଆହତ ହୋଇଛନ୍ତି ।

ରଥର ଅମିନ ଲକ୍ଷ୍ମଣ ମହାରଣା ଓ ତାଙ୍କ ପୁଅ ସୁଧାକର ମହାରଣା ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା ହୋଇଛି । ତେବେ ଅଭିଯୋଗ ମୁତାବକ ଦେବଦଳନ ରଥରେ ନିୟୋଜିତ ଥିବା କିଛି ବିଶ୍ବକର୍ମା ସେବକ ଏହି ଆକ୍ରମଣ କରିଥିଲେ ।

ରଥ ନିର୍ମାଣରେ ଥିବା ସେବକଙ୍କ ମଧ୍ୟରେ ଗଣ୍ଡଗୋଳ, 2 ଆହତ

ହେଲେ ଏହି ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇନାହିଁ । ସେଠାରେ ଲାଗିଥିବା ସିସିଟିଭିକୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ରଥ ନିର୍ମାଣବେଳେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.