ETV Bharat / state

ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ: ପୁରୀରେ ଅଭିଯୋଗ ଶୁଣାଣି - puri reorganizatione reservations municipal elections Complaints Hearing

ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ନେଇ ପୁରୀରେ ହେଲା ଅଭିଯୋଗ ଶୁଣାଣି । ପ୍ରଶାସନର ତୃଟିକୁ ନେଇ ଅସନ୍ତୋଷ । ଅଧିକ ପଢନ୍ତୁ

ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ: ପୁରୀରେ ଅଭିଯୋଗ ଶୁଣାଣି

author img

By

Published : Nov 25, 2021, 10:57 PM IST

ପୁରୀ: ରାଜ୍ୟରେ ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକାରେ ତୃଟି ଥିଲେ ଏହାପାଇଁ ଆପତ୍ତି ଅଭିଯୋଗ ନେଇ ସରକାର ପକ୍ଷରୁ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୁରୀରେ ମଧ୍ୟ ପ୍ରଶାସନ ପକ୍ଷରୁ ଏନେଇ ଶୁଣାଣି ହୋଇଛି। ତେବେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣରେ ତୃଟି ଥିବା ନେଇ ମାଳମାଳ ଅଭିଯୋଗ ପୁରୀ ପୋୖରାଞ୍ଚଳରେ ଆସିଛି ।

ପୌର ନିର୍ବାଚନ ନେଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ: ପୁରୀରେ ଅଭିଯୋଗ ଶୁଣାଣି

ଅଭିଯୋଗ ହୋଇଛି ଯେ, ପ୍ରଶାସନ ପକ୍ଷରୁ ମନଇଚ୍ଛା କାର୍ଯ୍ୟ କରାଯାଇଛି। ଯାହାକି ଆଇନ ବିରୋଧୀ ଓ ଏହା ସାଧାରଣରେ ଗ୍ରହଣୀୟ ନୁହେଁ। ନିୟମ ଅନୁଯାୟୀ ପ୍ରତ୍ୟେକ ୱାର୍ଡରେ ଭୋଟର ସଂଖା ସମତୁଲ ରହିବା କଥା । ପାଖାପାଖି ୫ ହଜାର ଭିତରେ ଭୋଟର ରହିବା କଥା । କିନ୍ତୁ, ଅନେକ ୱାର୍ଡରେ ୧୧ ହଜାରରୁ ୧୨ ହଜାର ଭୋଟର ଥିବା ବେଳେ ଅନେକ ୱାର୍ଡରେ ୪ରୁ ୫ ହଜାର ଭୋଟର ରହିଛନ୍ତି ।

ଏଣୁ ଚଳିତ ନିର୍ବାଚନରେ ୱାର୍ଡ ସଂଖ୍ୟା ପୁରୀ ପୌରାଞ୍ଚଳରେ ବଢ଼ାଇବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି । ସେହିପରି ବିଭିନ୍ନ ୱାର୍ଡ ଲୋକଙ୍କ ସଂଖ୍ୟାକୁ ନେଇ ସଂରକ୍ଷଣରେ ମଧ୍ୟ ବ୍ୟାପକ ତ୍ରୁଟି ହୋଇଛି। ଏଣୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ପୁରୀ ଏଡିଏମ ପ୍ରଦୀପ କୁମାର ସାହୁ, ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସାହୁ ଏହି ଶୁଣାଣିରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ଉପସ୍ଥିତ ରହିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.