ETV Bharat / state

କାର୍ତ୍ତିକ ମାସ: ପୁରୀରେ 3 ଆଶ୍ରୟସ୍ଥଳୀ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - cm inagurate 3 camp in puri

କାର୍ତ୍ତିକ ମାସ ଅବସରରେ ପୁରୀରେ ହବିଷ୍ୟାଳିଙ୍କ ଭିଡ । ଏହି ଅବସରରେ ପୁରୀରେ ଥିବା 3ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦାତା, ପୁରୀ
author img

By

Published : Oct 14, 2019, 11:57 AM IST

ପୁରୀ: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ଥିବା 3 ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଚଳିତବର୍ଷ ପୁରୀରେ 3 ଟି ହବିଷ୍ୟାଳି ଶିବିର କରାଯାଇଛି । ରେଲୱେ ଷ୍ଟେସନ ଯାତ୍ରୀ ନିବାସ , ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣରେ ନୂତନ ନିର୍ମିତ ହେଉଥିବା ହବିଷ୍ୟାଳି ବିଲ୍ଡିଂରେ ଏହି ଶିବିର ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦାତା, ପୁରୀ

ଏଠାରେ ହବିଷ୍ୟାଳିଙ୍କ ରହିବା, ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ହବିଷ୍ୟାଳିମାନେ ମନ୍ଦିର ଯିବା ନେଇ ମଧ୍ୟ ସ୍ବତନ୍ତ୍ର ବସର ବନ୍ଦୋବସ୍ତ କରାଯାଇଛି । ବସରେ ସ୍ବେଚ୍ଛାସେବୀ ମାନେ ରହି ହବିଷ୍ୟାଳିଙ୍କୁ ନେବା ଆଣିବାରେ ସାହାଯ୍ୟ କରିବେ । ଏହାସହ ପ୍ରତ୍ୟେକ ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର , ସ୍ବାସ୍ଥ୍ୟସେବା କେନ୍ଦ୍ର , ଅଗ୍ନିଶମ ବାହିନୀ , ପୋଲିସ ସମେତ ଘରୋଇ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

24 ଘଣ୍ଟିଆ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସକାଳେ ଚାହା ଦେବାର ବ୍ୟବସ୍ଥା ସହ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସେହିପରି ଦୈନିକ ପୂଜାର୍ଚ୍ଚନା ଓ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ନେଇ ବ୍ରାହ୍ମଣ ବ୍ୟବସ୍ଥା ହୋଇଛି । ଶୀତ ଆସୁଥିବାରୁ ହବିଷ୍ୟାଳିଙ୍କୁ ଗଦି , ତକିଆ, ବେଡ଼ସିଟ ସହ କମ୍ବଳ ଯୋଗାଇ ଦିଆଯିବ । ତେବେ 3 ହଜାର ହବିଷ୍ୟାଳି ରହିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀBody:ଆଜି ଠାରୁ ଆରମ୍ଭ ହେଉଛି କାର୍ତିକ ବ୍ରତ। ଏହି ଅବସର ରେ ପୁରୀ ରେ ଥିବା 3 ଟୀ ହାବିଷ୍ୟାଲି ଶିବିର ର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରରେନ୍ସିଂ ମାଧ୍ୟମ ରେ ଆଜି ଅପରାହ୍ନ ରେ ଉଦ୍ଘାଟନ ହେବ। ସେ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ପୁରୀ ରେ 3 ଟି ହାବିଷ୍ୟାଲି ଶିବିର କରାଯାଇଛି। ରେଲୱେ ଷ୍ଟେସନ ଯାତ୍ରୀ ନିବାସ , ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣ ରେ ନୂତନ ନିର୍ମିତ ହେଉଥିବା ହାବିଷ୍ୟାଲି ବିଲ୍ଡିଂ ରେ ଏହି ଶିବିର ଖୋଲା ଯାଇଛି। ଏଠାରେ ହାବିଷ୍ୟାଲି ରହିବା , ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ହାବିଷ୍ୟାଲି ମାନେ ମନ୍ଦିର ଯିବା ନେଇ ସ୍ୱତନ୍ତ୍ର ବସ ର ବନ୍ଦୋବସ୍ତ କରାଯାଇଛି। ବସ ରେ ସ୍ୱେଚ୍ଛାସେବୀ ମାନେ ରହି ହାବିଷ୍ୟାଲି ଙ୍କୁ ନେବା ଆଣିବା ରେ ସାହାଯ୍ୟ କରିବେ। ସେହିପରି ପ୍ରତେକ ହାବିଷ୍ୟାଲି ଶିବିର ରେ ସୂଚନା କେନ୍ଦ୍ର , ସ୍ୱାସ୍ଥ୍ୟ ସେବା କେନ୍ଦ୍ର , ଅଗ୍ନିଶମ ବାହିନୀ , ପୋଲିସ ସମେତ ଘରୋଇ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। 24 ଘଣ୍ଟିଆ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରତେକ ଦିନ ସକାଳେ ଚାହା ଦେବାର ବ୍ୟବସ୍ଥା ସହ ମହାପ୍ରସାଦ ସେବନ ର ବ୍ୟବସ୍ଥା ହୋଇଛି। ସେହିପରି ଦୈନିକ ପୂଜାର୍ଚ୍ଚନା ଓ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ନେଇ ବ୍ରାହ୍ମଣ ବ୍ୟବସ୍ଥା ହୋଇଛି। ଶୀତ ଆସୁଥିବା ରୁ ହାବିଷ୍ୟାଲି ଙ୍କୁ ଗ ଦି , ତକିଆ , ବେଡ଼ ସିଟ ସହ କମ୍ବଳ ଯୋଗାଇ ଦିଆଯାଇଛି। ତେବେ 3 ହଜାର ହାବିଷ୍ୟାଲି ରହିବା ନେଇ ବ୍ୟବସ୍ଥା ହୋଇ ଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

ବାଇଟ,, ମନୋଜ କୁମାର ତ୍ରିପାଠୀ,, ହାବିଷ୍ୟାଲି ଶିବିର ଇନଚାର୍ଜConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.