ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଫନି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଫନି ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆଗାମୀ ଦିନରେ ପୁରୀ ସହରକୁ ୱାର୍ଲ୍ଡ ହେରିଟେଜ ସିଟି (ବିଶ୍ବ ଐତିହ୍ୟ ସହର) ରୂପେ ଘୋଷଣା କରିବେ ବୋଲି ଏହି ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ସେହିପରି ବିଦ୍ୟୁତ ସେବା ସୁଧାରିବା ନେଇ 10 ହଜାର ଲୋକ ନିୟୋଜିତ ଅଛନ୍ତି । କିଛିଦିନ ମଧ୍ୟରେ ବିଦ୍ୟୁତ ସେବା ସୁଧୁରିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ବିଦ୍ୟୁତ କାମ କରୁଥିବା ବେଳେ ମୃତ୍ୟୁ ଘଟିଥିବା ବିଦ୍ୟୁତ କର୍ମଚାରୀ ଏନ୍ ମଙ୍ଗରାଜ ରାଓଙ୍କୁ ସମବେଦନା ଜ୍ଞାପନ ଜଣାଛନ୍ତି ନବୀନ । ଦୁଇମାସ ପାଇଁ ମହିଳାଙ୍କୁ ମାଗଣାରେ ନାପକିନ୍ ଯୋଗାଇ ଦିଆଯିବ । ପୁରୀରେ 10ଲକ୍ଷ ମହମବତୀ ବଣ୍ଟାଯିବା ସହ ରାସନ କାର୍ଡରେ ନାମ ନଥିବା ସାଧାରଣ ଜନତାଙ୍କୁ 50 କେଜି ଚାଉଳ ଦିଆଯିବା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ସେହିପରି ପ୍ରତି 10 ଦିନରେ ଅଢେଇ ଲିଟର କିରୋସିନି ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯିବ । ପୁରୀ ସହରକୁ ସରସ ସୁନ୍ଦର ସ୍ବାଭାବିକ କରିବା ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ