ETV Bharat / state

ହବିଷ୍ୟାଳିଙ୍କ ଶିବିରର ଶୁଭାରମ୍ଭ, ସମସ୍ତ ସୁବିଧା ଯୋଗାଇବ ପୁରୀ ଜିଲ୍ଲା ପ୍ରଶାସନ

author img

By ETV Bharat Odisha Team

Published : Oct 30, 2023, 9:09 AM IST

Updated : Oct 30, 2023, 10:20 AM IST

ପୁରୀରେ ହବିଷ୍ୟାଳିମାନଙ୍କ ସୁବିଧା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି କାର୍ତ୍ତିକ ବ୍ରତ 2023ର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା 3ହଜାରରୁ ଉର୍ଦ୍ଧ୍ୱ ହବିଷ୍ୟାଳି ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ପୁରୀରେ ହବିଷ୍ୟଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମସ୍ତ ସୁବିଧା ଯୋଗାଇବ ପୁରୀ ଜିଲ୍ଲା ପ୍ରଶାସନ

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ତେବେ ଏହା ପୂର୍ବରୁ ଗତକାଲି(ରବିବାର) ସନ୍ଧ୍ୟାରେ ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରରେନ୍ସ ଜରିଆରେ ଏହାର ଶୁଭାରମ୍ଭ କରାଯାଇଛି । ୩ ହଜାରରୁ ଅଧିକ ହବିଷ୍ୟାଳୀମାନଙ୍କ ରହିବା ପାଇଁ ବ୍ଯବସ୍ଥା କରାଯାଇଛି । ଏହି ଅବସରରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ହବିଷ୍ୟାଳିଙ୍କ ଶିିବିରର ଶୁଭାରମ୍ଭ କରିବା ପରେ ହବିଷ୍ୟାଳିଙ୍କ ପାଇଁ ଶିବିରରେ ରହିଥିବା ବିଭିନ୍ନ ସୁବିଧା ବିଷୟରେ କହିଥିଲେ ଜିଲ୍ଲାପାଳ । ତା ସହିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଧର୍ମମାସରେ ବ୍ରତ ପାଳନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ପାଇଁ ସମସ୍ତ ସୁବିଧା ଓ ସହଯୋଗ ଯୋଗାଇ ଦେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ହଜାର ହଜାର ହବିଷ୍ୟାଳି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କିଛି ମୁଖ୍ୟମନ୍ତ୍ରୀଙ୍କ ସହ ସିଧା ସଳଖ କଥା ହେବା ସହ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

ପୁରୀରେ ୩୦୦୦ରୁ ଅଧିକ ହବିଷ୍ୟାଳିଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ସବୁ ବ୍ୟବସ୍ଥା ହୋଇଛି । ମା'ମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ ବି ପୁରା ପ୍ରସ୍ତୁତ ।

ଏହାମଧ୍ୟ ପଢନ୍ତୁ...କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ୩୦୦୦ରୁ ଊର୍ଦ୍ଧ୍ବ ମା'ଙ୍କ ରହଣି ବ୍ୟବସ୍ଥା

ଏହି ଅବସରରେ ଅହଲ୍ୟା ଆଚାର୍ଯ୍ୟ ନାମକ ହବିଷ୍ୟାଳି, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧାଦେବୀ ପଣ୍ଡା ପ୍ରମୁଖ ନିଜର ଅଭିଜ୍ଞତା ବଖାଣିତିଲେ । କହିଥିଲେ ଯେ,"ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି । ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଛନ୍ତି ।"

ଏହାମଧ୍ୟ ପଢନ୍ତୁ..Kartik Month: ଆରମ୍ଭ ହେଲା ଧର୍ମମାସ, ଜାଣନ୍ତୁ କାର୍ତ୍ତିକବ୍ରତ ଓ ବାଳଧୂପର ମାହାତ୍ମ୍ୟ

ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳୀମାନେ ଆସିଥାଆନ୍ତି । ଏଣୁ ୨୦୧୬ରୁ ହବିଷ୍ୟାଳି ଯୋଜନା ଆରମ୍ଭ କରିଛନ୍ତି । ଗତବର୍ଷଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ୭ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି । ଏହା ବୃନ୍ଦାବତୀ ନିବାସ ନାମରେ ନାମିତ । ଏଠାରେ ରହି ମା'ମାନେ ରାଇଦାମୋଦର ବ୍ରତ କରିଥାନ୍ତି । ପୁରୀରେ ହବିଷ୍ୟାଳିମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନରେ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Oct 30, 2023, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.